ବିହାର ରାଜନୀତିରେ ମୋଦୀ ବନାମ ତେଜସ୍ୱୀ  । ପ୍ରଧାନମନ୍ତ୍ରୀଙ୍କୁ ତେଜସ୍ୱୀଙ୍କ ଜବାବ । କହିଲେ, ସେ ପ୍ରଧାନମନ୍ତ୍ରୀ କିଛି ବି କହିପାରିବେ, ବିହାର ଆସି ଏଡାଇ ଗଲେ ମୁଖ୍ୟ ପ୍ରସଙ୍ଗ । ତେଜସ୍ୱୀଙ୍କ ଜଙ୍ଗଲରାଜର ଯୁବରାଜ କହିଥିଲେ ମୋଦୀ

284

କନକ ବ୍ୟୁରୋ : ବିହାର ରାଜନୀତିର ମୋଡ ବଦଳାଇଦେବା ଭଳି ଶକ୍ତି ରଖିଥିବା ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟର ଜବାବ ରଖିଛନ୍ତି । ଜଙ୍ଗଲରାଜର ଯୁବରାଜ କହି ତେଜସ୍ୱୀଙ୍କ ଉପରେ ଆକ୍ରମଣ କରିଥିଲେ ମୋଦୀ । ବେକାରୀ ଓ ଚାକିରି ସମସ୍ୟାରେ ତେଜସ୍ୱୀ ବିଜେପି ଓ ଜେଡିୟୁକୁ ଘେରୁଛନ୍ତି । ଏବେ ମୋଦୀଙ୍କୁ ଜବାବ ଦେଇ ତେଜସ୍ୱୀ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ସେ ଯାହା ଚାହିଁବେ କହିପାରିବେ । କିନ୍ତୁ ସେ ବିହାରକୁ ଆସି ମଧ୍ୟ ମୁଖ୍ୟ ପ୍ରସଙ୍ଗ ଏଡାଇ ଯାଇଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରୁଥିବା ମୋଦୀ ଏଥର ୧୫ବର୍ଷ ଶାସନରେ ଥିବା ନୀତିଶ ସରକାରର କଥା ନଉଠାଇ ଲାଲୁଙ୍କ ଜଙ୍ଗଲରାଜକୁ ଟାର୍ଗେଟ କରିଥିଲେ । ଜଙ୍ଗଲରାଜର ଯୁବରାଜ କହି ତେଜସ୍ୱୀଙ୍କ ଉପରେ ଆକ୍ରମଣ କରିଥିଲେ ମୋଦୀ । ଶୁଣନ୍ତୁ ସେ କଣ କହିଥିଲେ ।

ସେପଟେ ନୀତିଶଙ୍କୁ ଟାର୍ଗେଟ କରୁଥିବା ଚିରାଗ ପାଶୱାନ ନିଜକୁ ବିଜେପି ଠାରୁ ଅଭିନ୍ନ ବୋଲି କହିଛନ୍ତି । ଏବଂ ୧୦ତାରିଖ ପରେ ବିହାରରେ ବିଜେପି ଓ ଏଲଜେପିର ସରକାର ଗଠନ ହେବ ବୋଲି କହିଛନ୍ତି ଚିରାଗ ।

ବିହାର ନିର୍ବାଚନରେ ଏନଡିଏ ବିରୋଧରେ ମହାମେଂଟର ମଙ୍ଗ ଧରିଛନ୍ତି ତେଜସ୍ୱୀ । ସରକାରୀ ଚାକିରି, ରୋଜଗାର, ଦାଦନ ଶ୍ରମିକ ଭଳି ଯୁବବର୍ଗଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ଜନମତ ସୃଷ୍ଟି କରୁଛନ୍ତି । ହେଲେ ଜେଡିୟୁ, ବିଜେପି ଭଳି ଏନଡିଏ ମେଂଟ କେବଳ ୧୫ବର୍ଷ ଲାଲୁରାଜ କଥା କହି ଭୋଟରଙ୍କ ଭରସା ଜିତିବାକୁ ପ୍ରୟାସ ଚଳାଇଛନ୍ତି ।