କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର

672

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ମୋଦୀଙ୍କ ସେଲଫି ପଏଣ୍ଟ ହେବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
– ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଥ୍ରି-ଡି ସେଲଫି ପଏଣ୍ଟ କଲେଜ କ୍ୟାମ୍ପସରେ ରହିବ
– ନୂତନ-ଶିକ୍ଷାନୀତିରେ ନିଆଯାଇଥିବା ପଦକ୍ଷେପ ଓ ଯୋଜନା, ଏକ ଭାରତ ଶ୍ରେଷ୍ଠ ଭାରତ ଆଦି ବିଭିନ୍ନ ବିଷୟ ସ୍ଥାନ ପାଇବ
– ସେଲଫି ପଏଣ୍ଟରେ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବେ ଛାତ୍ରଛାତ୍ରୀ
ଭାରତର ବିକାଶ ପାଇଁ ରୂପାନ୍ତରଣ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯିବ । ବିଭିନ୍ନ କ୍ଷେତ୍ରରେ ଭାରତ ପାଇଥିବା ସଫଳତା ସଂପର୍କରେ ଅବଗତ କରାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

ସେହିପରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ମଧ୍ୟ ପଛରେ ପଡିନାହାନ୍ତି । ନଭେମ୍ବର ଓ ଡିସେମ୍ବର ମାସରେ ଆୟୋଜିତ ହେବ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା । ନୂଆ ଓଡ଼ିଶା ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଫ୍ଲେକ୍ସ ଲଗାଇ କାର୍ଯ୍ୟକ୍ରମ କରିବେ ବୋଲି କଲେଜଗୁଡିକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମର ଫଟୋ ଉଠାଇ ଉଚ୍ଚଶିକ୍ଷା ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୪ ନିର୍ବାଚନ ଲାଗି ଏବେଠୁ ଅଣ୍ଟା ଭିଡିଲେଣି ବିଜେଡି-ବିଜେପି । ରାଜ୍ୟର ଯୁବ ଏବଂ ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ କରିଛନ୍ତି ରଣନୀତି । କଲେଜ କ୍ୟାମ୍ପସରୁ ଆରମ୍ଭ ହୋଇଛି ପୋଷ୍ଟର ରାଜନୀତି ।