ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଭ୍ୟାକ୍ସିନ କେନ୍ଦ୍ର ଗସ୍ତ କରିବେ । ପୁନେ, ହାଇଦ୍ରାବଦ ଓ ଅହମ୍ମଦାବାଦର ଭ୍ୟାକ୍ସିନ୍ କେନ୍ଦ୍ର ଗସ୍ତ କରି ସମୀକ୍ଷା କରିବେ

160

କନକ ବ୍ୟୁରୋ : ଆସନ୍ତାକାଲି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୩ ଟି ଭ୍ୟାକ୍ସିନ୍ କେନ୍ଦ୍ର ଗସ୍ତ କରି ଭ୍ୟାକ୍ସିନ ବିକାଶ ଉପରେ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ମୋଦି ପ୍ରଥମେ ଅହମ୍ମଦାବାଦର ଜାଇଡସ୍ କେଡିଲା କେନ୍ଦ୍ର ଗସ୍ତ କରିବେ । ଏହାପରେ ପୁଣେର ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଗସ୍ତ କରିବେ ।
କୋଭିଡ୍-୧୯ ଭ୍ୟାକ୍ସିନକୁ ନେଇ ସିରମ୍ ବ୍ରିଟିଶ୍ କମ୍ପାନୀଏଷ୍ଟ୍ରୋଜେନେକା ସହ ଚୁକ୍ତି କରିଛି । ପ୍ରଧାନମନ୍ତ୍ରୀ ଏଠାରେ ଭ୍ୟାକ୍ସିନର ସ୍ଥିତି ଦେଖିସାରିବା ପରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ କେନ୍ଦ୍ରକୁ ଯାଇ ସେଠାରେ ଭ୍ୟାକ୍ସିନର ସ୍ଥିତି ସମୀକ୍ଷା କରିବେ । ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭ୍ୟାକ୍ସିନ ପ୍ରସ୍ତୁତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆସନ୍ତା କାଲି ସକାଳ ୯.୩୦ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।
ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ୮ ଟି ରାଜ୍ୟ ଏବେ ଦ୍ୱିତୀୟ ଲହରରେ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏଥିରେ ଦିଲ୍ଲୀ ଓ ମହାରାଷ୍ଟ୍ର ସର୍ବାଗ୍ରେ ରହିଛିା ଏଯାଏ ଦେଶରେ ମୋଟ ୯୩ ଲକ୍ଷ ଉପରେ ସଂକ୍ରମିତଙ୍କ ସଂଖ୍ୟା ପହଂଚିସାରିଲାଣି । ଯାହା କି ସରକାରଙ୍କ ନିଦ ହଜାଇ ଦେଇଛି । ଏଭଳି ସ୍ଥଳରେ ମାସ୍କ, ସାମାଜିକ ଦୂରତା ବ୍ୟତିତ ଅନ୍ୟ କିଛି ଉପାୟ ନାହିଁ । କେବଳ ଟିକା ହିଁ ଏକମାତ୍ର ଭରଶା । ଯେତେଶିଘ୍ର ଦେଶରେ ଟିକାକରଣ ଆରମ୍ଭ ହେବ ସେତେଶିଘ୍ର କରୋନା ସଂକ୍ରମଣକୁ ରୋକାଯାଇପାରିବ । ଏନେଇ ପ୍ରଧାନମନ୍ତ୍ରୀ ଟିକାର ସମୀକ୍ଷା କରିବା ପରେ ଟିକାକରଣ ନେଇ କିଛି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।