ମୋଦିଙ୍କ ଫୋକସରେ ଓଡିଶା । ଆସନ୍ତାକାଲି ରାଜଧାନୀରେ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ, ସେପଟେ ପୁଣି ଥରେ ୨୭ରେ କେନ୍ଦ୍ରାପଡା ଗସ୍ତରେ ଆସିବେ ମୋଦି

Advertisment
ହରିୟାଣାରେ ମୋଦି ବଜାଇଲେ ନିର୍ବାଚନୀ ବିଗୁଲ । କହିଲେ, ଯେକୌଣସି ଆହ୍ୱାନର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ସୁଦୃଢ ଭବିଷ୍ୟତ ରାସ୍ତାରେ ଆଗକୁ ବଢୁଛି ଦେଶ ।
କନକ ବ୍ୟୁରୋ : ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରମାଗତ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। ମଙ୍ଗଳବାର ଦିନ ସେ ସମ୍ବଲପୁର ଆସୁଥିବାବେଳେ ୨୭ରେ କେନ୍ଦ୍ରାପଡ଼ା ଗସ୍ତରେ ଆସୁଥିବା ଜଣାପଡ଼ିଛି। ଆସନ୍ତା ୧୬ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସେଠାରୁ ହେଲିକପ୍ଟର ଯୋଗେ ଆସି ଦିନ ୧୦ଟା ବେଳେ ପହଞ୍ଚିବେ। ସଭାରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମ୍ବଲପୁର ଓ ବରଗଡ଼ ଲୋକସଭା ପ୍ରାର୍ଥୀ ନିତେଶ ଗଂଗଦେବ ଏବଂ ସୁରେଶ ପୂଜାରୀ ତଥା ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ଯାକ ବିଧାନସଭା ସଭାର ବିଜେପି ପ୍ରାର୍ଥୀ ଉପସ୍ଥିତ ରହିବେ।
publive-imageସେହିପରି ସମ୍ବଲପୁର ଓ ଦେବଗଡ଼ ବିଜେପିର ଜିଲ୍ଲା ସଭାପତି ମଧ୍ୟ ମଞ୍ଚାସୀନ ରହିବେ ବୋଲି ସେ ସୂଚନା ମିଳିଛି ସେହିଭଳି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଆସୁଛନ୍ତି। ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ୍ ବାରୁଅଠାରେ ଆୟୋଜିତ ହେବାକୁ ଥିବା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ବିଜେପିରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦଳ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe