କନକ ବ୍ୟୁରୋ : ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରମାଗତ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। ମଙ୍ଗଳବାର ଦିନ ସେ ସମ୍ବଲପୁର ଆସୁଥିବାବେଳେ ୨୭ରେ କେନ୍ଦ୍ରାପଡ଼ା ଗସ୍ତରେ ଆସୁଥିବା ଜଣାପଡ଼ିଛି। ଆସନ୍ତା ୧୬ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସେଠାରୁ ହେଲିକପ୍ଟର ଯୋଗେ ଆସି ଦିନ ୧୦ଟା ବେଳେ ପହଞ୍ଚିବେ। ସଭାରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମ୍ବଲପୁର ଓ ବରଗଡ଼ ଲୋକସଭା ପ୍ରାର୍ଥୀ ନିତେଶ ଗଂଗଦେବ ଏବଂ ସୁରେଶ ପୂଜାରୀ ତଥା ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ଯାକ ବିଧାନସଭା ସଭାର ବିଜେପି ପ୍ରାର୍ଥୀ ଉପସ୍ଥିତ ରହିବେ।
/kanak/media/post_attachments/wp-content/uploads/2019/04/narendra-modi-during-road-show_4cd252d0-0219-11e7-b1f1-d4c6cd13dfb1.jpg)