ଟ୍ରମ୍ପଙ୍କ ପ୍ରଚାର ପାଇଁ ମୋଦି ଭିଡିଓ : ଆମେରିକାରେ ଥିବା ମୂଳ ଭାରତୀୟଙ୍କୁ ପ୍ରଭାବିତ କରିବା ପାଇଁ ମୋଦିି; ଟ୍ରମ୍ପଙ୍କ ଭିଡିଓ ସେୟାର କଲେ ଆମେରିକା ରାଷ୍ଟ୍ରପତିଙ୍କ ବରିଷ୍ଠ ଉପଦେଷ୍ଟା

ଅହମଦାବାଦର ହାଓଡି-ମୋଦି କାର୍ଯ୍ୟକ୍ରମକୁ ଟ୍ୱିଟର କଲେ ସେୟାର

287

କନକ ବ୍ୟୁରୋ : ଟ୍ରମ୍ପଙ୍କ ପ୍ରଚାର ପାଇଁ ମୋଦି ଭିଡିଓ । ଆମେରିକାରେ ଥିବା ମୂଳ ଭାରତୀୟ ତଥା ପ୍ରବାସୀ ଭାରତୀୟଙ୍କୁ ପ୍ରଭାବିତ କରିବା ପାଇଁ ମୋଦିି-ଟ୍ରମ୍ପଙ୍କ ଭିଡିଓ ସେୟାର କହିଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଜଣେ ବରିଷ୍ଠ ଉପଦେଷ୍ଟା । ଅହମଦାବାଦରେ ହୋଇଥିବା ହାଓଡି-ମୋଦି କାର୍ଯ୍ୟକ୍ରମର ଏକ ଭାଷଣକୁ ଏହି ଭିଡିଓରେ ସ୍ଥାନ ଦିଆଯାଇଛି ।

ଏହି ଭିଡିଓରେ ମୋଦି, ଡୋନାଲ ଡ୍ରମ୍ପ ଓ ଆମେରିକାଙ୍କୁ ପ୍ରସଂଶା କରୁଥିବା ବେଳେ ଡ୍ରମ୍ପ ମୋଦି ଓ ଭାରତକୁ ପ୍ରଶଂସା କରୁଛନ୍ତି । ସେହିପରି ଆମେରିକୀୟ-ଭାରତୀୟଙ୍କୁ ପ୍ରଭାବିତ କରିବା ପାଇଁ ଆଗକୁ ୨ଟି ବଲିଉଡ ଷ୍ଟାଇଲରେ ଦୁଇଟି ଭିଡିଓ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।