ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି ପ୍ରଚାରକୁ ଜୋରଦାର କରିଛି ବିଜେପି । ଖାସକରି ପ୍ରଚାରର ମଙ୍ଗ ଧରିଛନ୍ତି ବିଜେପିର ଦୁଇ ଶୀର୍ଷ ନେତା ଅମିତ ଶାହା ଓ ନରେନ୍ଦ୍ର ମୋଦି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କର୍ଣ୍ଣାଟକର ମଙ୍ଗଲୋରରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। କିନ୍ତୁ ମୋଦିଙ୍କ ଏହି ସଭାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଯେତେବେଳେ ମୋଦିଙ୍କ ଟିକିଏ ଝଲକ ପାଇବା ପାଇଁ ଗଛ ଉପରକୁ ଚଢି ଯାଇଥିଲେ ଲୋକେ । ତେବେ ଭାଷଣ ଦେଉ ଦେଉ ହଠା୍ତ୍ ଗଛ ଉପରେ ମୋଦିଙ୍କର ପଡିଥିଲା ନଜର । ଆଉ ଗଛ ଆଡକୁ ଇଙ୍ଗିତ କରି ମୋଦି ସମସ୍ତଙ୍କୁ ତଳକୁ ଓହ୍ଲାଇବାକୁ ନିବେଦନ କରିଥିଲେ । ଆଉ କିଛି ସମୟ ପାଇଁ ସଭା ସ୍ଥଳରେ ଥିବା ସମସ୍ତଙ୍କର ନଜର ଗଛ ଉପରେ ପଡିଥିଲା । ଗଛ ଉପରେ ଅନେକ ଲୋକ ଚଢିଥିବାର ଦେଖିବାକୁ ମିଳିଥିଲା । ଏଥିପାଇଁ ମୋଦିଙ୍କୁ କିଛି ସମୟ ପାଇଁ ନିଜ ଭାଷଣରେ ମଧ୍ୟ ବ୍ରେକ ଦେବାକୁ ପଡିଥିଲା ।
#WATCH: Prime Minister Narendra Modi urges people to climb down the trees at his public rally in Mangaluru, as the crowd swells. #Karnatakapic.twitter.com/0SeGmY4ZH3
— ANI (@ANI) April 13, 2019
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମର୍ଥକଙ୍କୁ ଅନୁରୋଧ କରି କହିଥିଲେ, ଆପଣମାନେ ନିଜକୁ ସମ୍ଭାଳନ୍ତୁ। ମୋର ଆପଣଙ୍କୁ ଅନୁରୋଧ କି ଆପଣମାନେ ତଳକୁ ଓହ୍ଲାଇ ଆସନ୍ତୁ। ଏମିତି ରିକ୍ସ ନେବା ଉଚିତ ନୁହେଁ। ମୁଁ ତ ଆପଣମାନଙ୍କର ସବୁବେଳେ ହୋଇ ରହିଛି । ପୁଣି ଆସିବି ପୁଣି ଆପଣଙ୍କମାନଙ୍କ ସହ ମିଶିବି। ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।
ଏହାସହ ମୋଦି କହିଥିଲେ, ମୁଁ ସଭାସ୍ଥଳକୁ ଆସିବା ବେଳକୁ ରାସ୍ତାକଡରେ ଲୋକମାନେ ଏତେ ମାତ୍ରାରେ ଛିଡା ହୋଇଥିଲେ ଯେ ପାଚେରୀ ଛିଡା ହେବା ଭଳି ଲାଗୁଥିଲା । ଏପରିକି ସଭାସ୍ଥଳରେ ଏହା ଠାରୁ ମଧ୍ୟ ଅଧିକ ଲୋକ ଥିବେ ବୋଲି ଅନୁମାନ କରୁଥିଲି । ଆଉ ଏଠାରେ ମଧ୍ୟ ଆଶା ଠାରୁ ଅଧିକ ଲୋକ ଦେଖିବାକୁ ମିଳିଲା ।