ଶ୍ରେଷ୍ଠ ନେତାଙ୍କ ତାଲିକାରେ ମୋଦୀ ଆଗରେ: ପଛରେ ପଡିଲେ ବାଇଡେନ୍ , ଲୋପେଜ୍

673

କନକ ବ୍ୟୁରୋ: ବିଶ୍ବର ଅନ୍ୟ ନେତାମାନଙ୍କୁ ପଛରେ ପକାଇଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଆପ୍ରୁଭାଲ ରେଟିଂ ବିଶ୍ବର ଅନ୍ୟ ପ୍ରମୁଖ ନେତାମାନଙ୍କ ଠାରୁ ଅଧିକ ରହିଛି ।

ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ‘ଦ ମର୍ଣ୍ଣିଂ କନସଲ୍ଟ’ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୨ୟ ସ୍ଥାନରେ ଅଛନ୍ତି । ୩ୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୫ମ ସ୍ଥାନରେ ରହିଛନ୍ତି । ବିଗତ କିଛି ସପ୍ତାହ ହେଲା ବାଇଡେନଙ୍କ ଆପ୍ରୁଭାଲ ରେଟିଂ ହ୍ରାସ ପାଇବାରେ ଲାଗିଛି । ବାଇଡେନଙ୍କ ଆପ୍ରୁଭାଲ ରେଟିଂ ମଧ୍ୟ ୪୪ ପ୍ରତିଶତ ରହିଛି ।

ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ:
ମୋଦୀ: ୭୦%
ଲୋପେଜ ଅବ୍ରାଡର: ୬୪%
ଡ୍ରାଘି: ୬୩%
ମାର୍କେଲ: ୫୨%
ବାଇଡେନ୍: ୪୮%
ମୋରିସନ୍: ୪୮%
ଟ୍ରୁଡୋ: ୪୫%
ଜନ୍ସନ୍:୪୧%
ବୋଲସୋନାରୋ: ୩୯%
ଚନ୍ଦ୍ର:୩୮%
ମାକ୍ରୋନ୍: ୩୮%

ଗୋଟିଏ ଜନମତ ସର୍ଭେରେ ଭାଗ ନେଇଥିବା କେତେ ପ୍ରତିଶତ ଲୋକ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରତି ସମର୍ଥନ ବା ପସନ୍ଦ ରହୁଛି ତାହାକୁ ନେଇ ଆପ୍ରୁଭାଲ ରେଟିଂ ନିର୍ଣ୍ଣୟ କରାଯାଏ । ସେହିପରି କେତେକ ପ୍ରତିଶତ ଲୋକ ଗୋଟିଏ ବ୍ୟକ୍ତିକୁ ଅପସନ୍ଦ କରୁଛନ୍ତି ତାହାକୁ ନେଇ ଡାସାପ୍ରୁଭାଲ ରେଟିଂ ନିର୍ଣ୍ଣୟ କରାଯାଏ ।