ମହାଆଡମ୍ବରରେ ହେବ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ। ସାମିଲ ହେବେ ୬ ହଜାର ୫ଶହ ଅତିଥି

Advertisment
ମହାଆଡମ୍ବରରେ ହେବ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ। ସାମିଲ ହେବେ ୬ ହଜାର ୫ଶହ ଅତିଥି

କନକ ବ୍ୟୁରୋ: ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ । ଦ୍ୱିତୀୟ ଥର ପାଇଁ ଆସନ୍ତାକାଲି ମୋଦି ରାଷ୍ଟ୍ରପତି ଭବନ ପରିସରରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେବେ । ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଦିନଟିକୁ ସ୍ମରଣୀୟ ତଥା ନିଆରା କରିବା ପାଇଁ ଚାଲିଛି କସରତ। ସୂଚନା ମୁତାବକ, ରାଷ୍ଟ୍ରପତି ଭବନ ପରିସରରେ ହେବାକୁ ଥିବା ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ୬୫୦୦ ଜଣ ଅତିଥି ଯୋଗଦେଇପାରନ୍ତି । ତେବେ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ଶପଥ ସମାରୋହରେ ପାଖାପାଖି ୫ ହଜାର ଅତିଥି ସାମିଲ ହୋଇଥିଲେ ।

ଅନ୍ୟପଟେ କୁହାଯାଉଛି କି, ନମୋଙ୍କ ଶପଥ ଗ୍ରହଣ ସମାରୋହରେ ମମତା ବାନାର୍ଜି, ଅରବିନ୍ଦ କେଜ୍ରିବାଲ, ରଜନିକାନ୍ତ , କମଲ ହାସନ ଭଳି ବହୁ ବଡ ବଡ ନେତା ସାମିଲ ହୋଇପାରନ୍ତି । ମମତାଙ୍କୁ ଶପଥ ଗ୍ରହଣ ଉତ୍ସବ ପାଇଁ ଆମନ୍ତ୍ରଣ କରାଯିବା ପରେ ସେ ଏହାକୁ ଗ୍ରହଣ ମଧ୍ୟ କରିଛନ୍ତି। ମମତା ଗଣମାଧ୍ୟମରେ ବି ଏନେଇ ସୂଚନା ଦେଇ କହିଛନ୍ତି କି ଏହା ଏକ ସାମ୍ବିଧାନିକ ଉତ୍ସବ କାର୍ଯ୍ୟକ୍ରମ ହୋଇଥିବାରୁ ସେ ଏଥିରେ ଯୋଗ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି।

ସେପଟେ, ଖବର ଆସିଛି ଯେ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହୋଇଥିବା ହିଂସାରେ ଜୀବନ ହରାଇଥିବା ବିଜେପିର କାର୍ଯ୍ୟକର୍ତ୍ତାଙ୍କ ପରିବାର ଲୋକଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପଠାଇବ । ବିଜେପି ଏଭଳି ୫୪ ଜଣ ଲୋକଙ୍କ ପରିବାରକୁ ଶପଥ ଗ୍ରହଣ ସମାରୋହରେ ସାମିଲ୍ କରିବ । ଦଳ ତରଫରୁ ସବୁ କାର୍ଯ୍ୟକର୍ତ୍ତାଙ୍କ ପରିବାର ଲୋକଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ସୁବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe