କରୋନା ସ୍ଥିତି ନେଇ ମେ ୧୮ ଓ ୨୦ ତାରିଖରେ ଜିଲ୍ଲା ଅଧିକାରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମାନେ ବି ହେବେ ସାମିଲ

220

କନକ ବ୍ୟୁରୋ : କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୮ ଓ ୨୦ ତାରିଖରେ ଜିଲ୍ଲା ଅଧିକାରୀ ମାନଙ୍କ ସହ ଭର୍ଚୁଆଲ ବୈଠକ କରିବେ । ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ବି ସାମିଲ ହେବେ ବୋଲି କୁହାଯାଇଛି    । କୁହାଯାଇଛି କି ଏହି ବୈଠକ ଦୁଇଟି ଗ୍ରୁପରେ ହେବ ।

ପ୍ରଥମ ବୈଠକ ମେ ୧୮ ତାରିଖ ସକାଳ ୧୧ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ ଟି ରାଜ୍ୟର ୪୬ ଜଣ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ହେବ । ସେହିଭଳି ମେ ୨୦ ତାରିଖରେ ୧୦ ଟି ରାଜ୍ୟର ୫୪ ଜଣ ଜିଲ୍ଲା ଅଧିକାରୀ ମାନଙ୍କ ସହ ଏହି ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ମାନଙ୍କରେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ବି ସାମିଲ ହେବେ ।

କହିରଖୁ କି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗୋଟିଏ ଦିନରେ କରୋନା ସଂକ୍ରମଣ ୪୧୨୦ ଜଣ ଲୋକଙ୍କର ଜୀବନ ଯାଇଛି । ଏହାସହ ଏବେ ଦେଶରେ କରୋନା ଜନିତ ମୃତ୍ୟୁହାର ୧.୦୯ ପ୍ରତିଶତ ରହିଛି । ୮୩ ପ୍ରତିଶତ ଲୋକ ସୁସ୍ଥ ହେଉଛନ୍ତି । ହେଲେ ଏବେ ଅକ୍ଟିଭ କେସର ହାର ବୃଦ୍ଧି ପାଇଛି । ବର୍ତମାନ ଦେଶରେ ୧୬ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି । ଆକ୍ଟିଭ କେସ୍ ମାମଲାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ଏହାସହ ଆମେରିକା ଓ ବ୍ରାଜିଲ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଛି ।