କନକ ବ୍ୟୁରୋ: ଆଜି ୫ମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ବେଙ୍ଗାଲୁରୁ ବିମାନ ବନ୍ଦରରୁ ଯାଇ ପ୍ରଥମେ କବି କନକ ଦାସ ଓ ମହର୍ଷି ବାଲ୍ମିକିଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରଥିଲେ । ଏହାପରେ ବେଙ୍ଗାଲୁରୁ କେଏସଆର ରେଲୱେ ଷ୍ଟସନରେ ବନ୍ଦେ ଭାରତ ଏକ୍ସପେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ମୌସୁରରୁ ଚେନ୍ନାଇକୁ ଚାଲିବ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ । ଦକ୍ଷିଣ ଭାରତର ଏହା ହେଉଛି ପ୍ରଥମ ହାଇ ସ୍ପିଡ୍ ଟ୍ରେନ୍ । ଏହି ଟ୍ରେନ୍ ଘଣ୍ଟାକୁ ୧୬୦ କିଲୋମିଟର ଗତିରେ ଚାଲୁଛି । ଚେନ୍ନାଇରୁ ବେଙ୍ଗାଲୁରୁ ମାତ୍ର ୩ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ୍ । ବନ୍ଦେ ଭାରତ ଟ୍ରେନରେ ଇଣ୍ଟେିଜେଣ୍ଟ ବ୍ରେକିଙ୍ଗ ସିଷ୍ଟମ ଲଗାଯାଇଛି । ଯାହାଦ୍ୱାରା ଟ୍ରେନର ଗତି ଭଲ ଭାବରେ ନିୟନ୍ତ୍ରିତ ହୋଇପାରିବ । ଏଥିରେ ସ୍ୱୟଂ ଚାଳିତ ଡୋର୍, ସିଟର ସୁବିଧା ରହିଛି ।