କନକ ବ୍ୟୁରୋ : ଦିଲ୍ଲୀ ସେବା ସଂଶୋଧନ ବିଲ ଉପରେ ସୋମବାର ରାଜ୍ୟସଭା ହୋଇଥିଲା ଭୋଟିଂ । ବିରୋଧୀଙ୍କ ବିରୋଧ ସତ୍ୱ ବିଲ ପାସ ହୋଇଛି ।  ଏହାକୁ ନେଇ ପ୍ରଧାନମନ୍ତ୍ରୀ ଆଜିର ସଂସଦୀୟ ଦଳ ବୈଠକରେ କଟାକ୍ଷ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ବିଲକୁ ସେମିଫାଇନାଲ କହୁଥିଲେ ଓ ଏବେ ହାରିଯାଇଛନ୍ତି । ସେପଟେ ଦିଲ୍ଲୀ ସେବା ବିଧେୟକ ଉଭୟ ଗୃହରେ ସୁରୁଖୁରୁରେ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦଳର ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।