କନକ ବ୍ୟୁରୋ: କରୋନା ଭୂତାଣୁକୁ ରୋକିବାକୁ ଆଜି ସାରା ଦେଶ ସାମିଲ ହୋଇଛି ଜନତା କର୍ଫ୍ୟୁରେ । ଘରେ ଘରେ ନିଜକୁ ଲକଡାଉନ୍ କରିଛନ୍ତି ଦେଶବାସୀ । ଆଉ ଏହାରି ଭିତରେ ସନ୍ଧ୍ୟା ୫ଟା ବାଜିବା ମାତ୍ରେ ସାରା ଦେଶରେ ଶୁଭିଛି ଘଂଟିର ଶବ୍ଦ । କରୋନା ଭୂତାଣୁ ମହାମାରୀର ରୂପ ନେଇଥିବା ବେଳେ ଏଭଳି ସମୟରେ ନିଜକୁ ଅନ୍ୟମାନଙ୍କ ସେବା ପ୍ରତି ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷଙ୍କୁ ତାଳି ମାରି ଧନ୍ୟବାଦ ଜଣାଇଛି ଭାରତ । ‘ଜନତା କର୍ଫ୍ୟୁ’ର ଅଭୂତତପୂର୍ବ ସଫଳତାକୁ ନେଇ ମୋଦୀ ଟୁଇଟ କରି ଲେଖିଛନ୍ତି, ଦେଶରେ ଏଯାବତ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୩୦୦ରୁ ଊର୍ଧ୍ୱ ଟପି ସାରିଲାଣି। କରୋନାଭାଇରସ୍ ବିରୋଧୀ ଯୁଦ୍ଧର ନେତୃତ୍ୱ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଶ ଏକ ହୋଇ ଧନ୍ୟବାଦ ଜଣାଇଛି । ଏଥିପାଇଁ ଦେଶବାସୀଙ୍କୁ ଅନେକ ଅନେକ ଧନ୍ୟବାଦ।
कोरोना वायरस की लड़ाई का नेतृत्व करने वाले प्रत्येक व्यक्ति को देश ने एक मन होकर धन्यवाद अर्पित किया। देशवासियों का बहुत-बहुत आभार... #JantaCurfew
— Narendra Modi (@narendramodi) March 22, 2020
ଆଜିର ‘ଜନତା କର୍ଫ୍ୟୁ’ ରାତି ୯ଟାରେ ଶେଷ ହୋଇଛି । କିନ୍ତୁ ଏହାର ଅର୍ଥ ନୁହେଁ କି ଆମେ ଖୁସି ହୋଇଯିବା । ଏହାକୁ ସଫଳତା ବୋଲି ଧରନ୍ତୁ ନାହିଁ । ଏହା ଏକ ଦୀର୍ଘତମ ଯୁଦ୍ଧର ଆରମ୍ଭ ମାତ୍ର । ଆଜି ଦେଶବାସୀ ‘ଜନତା କର୍ଫ୍ୟୁ’କୁ ସଫଳ କରି ନିଜକୁ ସକ୍ଷମ ବୋଲି ପ୍ରମାଣ ଦେଇଛନ୍ତି। ଏପରି ମନୋବଳ ରଖିଲେ ଆଗାମୀ ଦିନରେ ଏକାଠି ହୋଇ କଠିନରୁ କଠିନ ସମସ୍ୟାକୁ ଦୂର କରି ପାରିବା ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶକୁ ଅବଶ୍ୟ ପାଳନ କରନ୍ତୁ । ଯେଉଁ ଜିଲ୍ଲା ଓ ରାଜ୍ୟରେ ଲକ୍-ଡାଉନ୍ ଘୋଷଣା କରାଯାଇଛି ସେହି ସ୍ଥାନରେ ଲୋକମାନେ ଆଦୌ ଘରୁ ବାହାରକୁ ବାହାରନ୍ତୁ ନାହିଁ। ସେମିତି ବାକି ଥିବା ଅଞ୍ଚଳର ବାସିନ୍ଦା ଆବଶ୍ୟକ ନ ଥିଲେ ହିଁ ବାହାରକୁ ବାହାରନ୍ତୁ, ନଚେତ ଘରେ ହିଁ ରୁହନ୍ତୁ ବୋଲି ମୋଦୀ କହିଛନ୍ତି।