ଅଢେଇ କୋଟି ଭ୍ୟାକ୍ସିନେସନ ରେକର୍ଡ ପରେ… ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଲେ ମୋଦି

92

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଦେଶରେ ୨ କୋଟି ୫୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି । ଏହାକୁନେଇ ଦେଶର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରଶଂସା କରିଛନ୍ତ ପ୍ରଧାନମନ୍ତ୍ରୀ । ଗୋଆରେ ସର୍ବାଧିକ ଟିକାକରଣ ହୋଇଥିବାରୁ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଏହି ଅବସରରେ ବିରୋଧିଙ୍କୁ ଟାର୍ଗେଟ କରି ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଟିକା ନେବାପରେ ପାଶ୍ୱର୍ପ୍ରତିକ୍ରିୟା କାରଣରୁ ଜ୍ୱର ହୋଇଥାଏ । ହେଲେ ଦେଶରେ ରେକର୍ଡ ସଂଖ୍ୟକ ଟିକାକରଣ ହେବା ପରେ ବିରୋଧିଙ୍କୁ ଜ୍ୱର ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଦେଶରେ ରେକର୍ଡ ସଂଖ୍ୟକ ଟିକାକରଣ । ଶୁକ୍ରବାର ସାରା ଦେଶରେ ଅଢେଇ କୋଟିରୁ ଅଧିକ ଟିକାକରଣ କରାଯାଇ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଘଂଟା ପ୍ରତି ୧୫ ଲକ୍ଷ, ମିନିଟ ପ୍ରତି ୨୬ ହଜାର ଏବଂ ମିନିଟ ପ୍ରତି ୪୨୫ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗୋଆ ରାଜ୍ୟରେ ସର୍ବାଧିକ ଟିକାକରଣ ହୋଇଛି । ଗୋଆରେ ୧୮ ବର୍ଷରୁ ଉଦ୍ଧ୍ୱର୍ ପ୍ରତ୍ୟେକ ନାଗରୀକ କରୋନାର ପ୍ରଥମ ଡୋଜ୍ ନେଇ ସାରିଛନ୍ତି ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଗୋଆର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରଶଂସା କରିଛନ୍ତ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ସ୍ୱାସ୍ଥ୍ୟକର୍ମୀ ଏବଂ ଭ୍ୟାକ୍ସିନ୍ ନେଇଥିବା ଲାଭାର୍ଥିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଭ୍ୟାକ୍ସିନ୍ ପଲିଟିକ୍ସକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ । ସେ କହିଛନ୍ତି, ଟିକା ନେଉଥିବା ହିତାଧିକାରୀଙ୍କ ଠାରେ ପାଶ୍ୱର୍ପ୍ରତିକ୍ରିୟା ସୃଷ୍ଟି ହେଉଥିବା କଥା ମୁଁ ଶୁଣିଛି । ହେଲେ ଭାରତ ଟିକାକରଣରେ ରେକର୍ଡ଼ ସୃଷ୍ଟି କରିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ରାଜନୈତିକ ଦଳକୁ ଜ୍ୱର ହୋଇଥିବା କଥା ପ୍ରଥମ ଥର ପାଇଁ ଜାଣିଲି ।

କରୋନା ବିରୋଧି ଲଢେଇରେ ସରକାର ଦ୍ୱାରା କରାଯାଉଥିବା ମହା ଟିକାକରଣ ଅଭିଯାନକୁ ଆହୁରି ଜୋରଦାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଗକୁ ମାସକୁ ୨୫ କୋଟି ଟିକାକରଣର ଲକ୍ଷ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର ।