‘ଓଡିଶା ସରକାର, ପ୍ରଶାସନ, ଜନତାଙ୍କୁ ଧନ୍ୟବାଦ’, ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ଜଣାଇଲେ ସାଧୁବାଦ
କନକ ବ୍ୟୁରୋ: ଓଡିଶା ସରକାର, ସ୍ଥାନୀୟ ପ୍ରଶାସନ, ଜନତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ରେଳ ଦୁର୍ଘଟଣା ପରେ ଉପସ୍ଥିତ ସଂଶାଧନର ବ୍ୟବହାର କରି ଯେଉଁଭଳି ଉପଯୋଗ କରି କାମ କଲେ ସେଥିପାଇଁ ସେ ସାଧୁବାଦ ଜଣାଇଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ଏଠାକାର ସ୍ଥାନୀୟ ଜନତାଙ୍କୁ ମଧ୍ୟ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ରାତିଅନିଦ୍ରା ରହି ଯେଉଁଭଳି ଭାବେ ଯୁବକମାନେ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଥିଲେ ତାହା ପ୍ରଶଂସାଯୋଗ୍ୟ ।

Kanak News is now on WhatsApp
Join and get latest news updates delivered to you via WhatsApp
#WATCH | “It’s a painful incident. Govt will leave no stone unturned for the treatment of those injured. It’s a serious incident, instructions issued for probe from every angle. Those found guilty will be punished stringently. Railway is working towards track restoration. I met… pic.twitter.com/ZhyjxXrYkw
— ANI (@ANI) June 3, 2023
ପ୍ରଧାନମନ୍ତ୍ରୀ କହିଛନ୍ତି କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପାଇଁ ଦାୟୀ ଦୋଷୀଙ୍କ ପ୍ରତି ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ ପରେ ପ୍ରଧାନମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ମେଡିକାଲରେ ଆହତଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।