କନକ ବ୍ୟୁରୋ: ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହାର୍ଟଲ୍ୟାଣ୍ଡର ହାରିବା ପରେ ଗୋଟିଏ ପଟେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟଭୁଲରୁ ଶିକ୍ଷାଲାଭ କରି ସାଧାରଣ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଜେପି ଏବେ ତିନି ରାଜ୍ୟରେ ବିଜୟୀ ହୋଇ ଉତ୍ସାହିତ । ଆଉ କୌଣସି ଭୁଲ ନକରି କିଭଳି ବିରେଧୀଙ୍କୁ ଚେକ୍ ଦେଇହେବ ସେଥିପାଇଁ ପ୍ରସ୍ତୁତ ହେଉଛି । କେଉଁଭଳି ଶୈଳୀରେ ଦଳ ଲୋକଙ୍କ ପାଖକୁ ଯିବ ଏବଂ ଆଗାମୀ ଦିନରେ ନିର୍ବାଚନ ଲଢିବ ସେଥିପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Advertisment

ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ଯେଉଁଥିରେ ଉପସ୍ଥିତ ଥିବା ଦଳର ସମସ୍ତ ସାଂସଦଙ୍କୁ ବିଜୟର ମନ୍ତ୍ର ଦେଇଛନ୍ତି ମୋଦୀ । ତିନି ରାଜ୍ୟରେ ବିଜୟ ପାଇଁ ମୋଦୀ ଗ୍ୟାରେଂଟିକୁ ସାଂସଦମାନେ ଶ୍ରେୟ ଦେଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୟ କେବଳ ଜଣେ ବ୍ୟକ୍ତିର ହୁଏନାହିଁ । ଏହା ସମସ୍ତ ଦଳୀୟ କର୍ମୀଙ୍କର । ଏବେ କିଛି ପଏଂଟ ଉପରେ ଏବେ ନଜର ପକାନ୍ତୁ ଯାହା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।