ତାଳଚେର ପରେ ଝାରସୁଗୁଡ଼ାରେ ନବୀନଙ୍କୁ ନିଶାନା କଲେ ମୋଦି । କହିଲେ ପିସି କାରବାର ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ।

41

କନକ ବ୍ୟୁାରୋ: ତାଳଚେର ପରେ ଝାରସୁଗୁଡ଼ାରେ ରାଜ୍ୟସରକାରଙ୍କୁ ସିଧା ନିଶାନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପଣ ପରେ ଝାରସୁଗୁଡ଼ାର ଅମଲିପାଲିରେ ସାଧାରଣ ସଭାରେ ନବୀନଙ୍କୁ ଟାର୍ଗେଟ କଲେ ମୋଦି । ଓଡ଼ିଶା ଭଳି ରାଜ୍ୟରେ ପିସି କାରବାର ଏକ ପରିଚିତ ନାଁ ପାଲଟିଛି । ଯେଉଁଥି ପାଇଁ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି । ଏକ ପ୍ରକାର ପିସି କାରବାର ରାଜ୍ୟର ଗରିବ ଲୋକଙ୍କ ପେଷି ଦେଉଛି ଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ।

source : Zee News – India.com

ଏଭଳିସ୍ଥିତିରେ ଓଡ଼ିଶାର ପରିବର୍ତ୍ତନ କେମିତି ହେବ ?  ସାଧାରଣ ସଭାରେ ଲୋକଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ମୋଦି । ପିସି ପାଇଁ ଓଡ଼ିଶା ଭଳି ରାଜ୍ୟର ବିକାଶ ହୋଇପାରୁ ନାହିଁ । ରାଜ୍ୟରେ ଚାରା ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ପିସି କାରବାର ଚାଲିଛି । ଓଡ଼ିଶାରେ ଭଷ୍ଟ୍ରତନ୍ତ୍ର ଚାଲିଛି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଓଡ଼ିଶାକୁ ପରିବର୍ତ୍ତନର ଆବଶ୍ୟକ ହୋଇପଡ଼ିଛି । କାରଣ ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇ ପାରିବ ବୋଲ ପରୋକ୍ଷରେ ବିଜେପି ସରକାର ଓଡ଼ିଶାରେ ଆଣିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।