କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗରେ ଦୁଇଟି ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି ଜ୍ଝ ଆସନସୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀମାନଙ୍କର ବୈଠକମାନଙ୍କରେ ମମତା ବାନାର୍ଜୀ ସାମିଲ ହୁଅନ୍ତି ନାହିଁ । କାରଣ ମମତାଙ୍କର ଅଂହକାର ଏତେ ବଢିଯାଇଛି ଯେ ତାଙ୍କୁ ସମସ୍ତେ ତାଙ୍କ ତୁଳନାରେ ଛୋଟ ଲାଗନ୍ତି ।
ମମତାଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ ନିଜ ଅଂହକାରରେ ଦିଦି ଏତେ ବଡ ହୋଇଯାଇଛନ୍ତି ଯେ ତାଙ୍କୁ ସମସ୍ତେ ଛୋଟ ଲାଗନ୍ତି । କେନ୍ଦ୍ର ସରକାର ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ବୈଠକ ଆୟୋଜନ କରୁଥିବାବେଳେ ମମତା କୌଣସି କାରଣ ଦର୍ଶାଇ ବୈଠକରେ ଉପସ୍ଥିତ ହୁଅନ୍ତି ନାହିଁ । କରୋନାକୁ ନେଇ ହୋଇଥିବା ଦୁଇଟି ବୈଠକରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭାଗ ନେଇଥିବାବେଳେ ମମତା କିନ୍ତୁ ଭାଗ ନିଅନ୍ତି ନାହିଁ ।
ସେହିପରି ନୀତି ଆୟୋଗର ବୈଠକରେ ମଧ୍ୟ ମମତା ଭାଗ ନିଅନ୍ତି ନାହିଁ । ମୋଦୀ ଭୋଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ନିର୍ବାଚନରେ ଆପଣଙ୍କ ଗୋଟିଏ ଭୋଟ କେବଳ ଟିଏମସି ବା ତୃଣମୂଳ କଂଗ୍ରେସକୁ ମୂଳପୋଛ କରିବ ନାହିଁ ବରଂ ଏଠାରେ ଚାଲିଥିବା ଗୁଣ୍ଡାରାଜକୁ ମଧ୍ୟ ସମାପ୍ତ କରିଦେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/9c9f9c28b0ef56528d1b4aebfa90e222.jpg)