କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି। ଓଡ଼ିଶାରୁ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି | ଦୂତୀଙ୍କ ସମେତ ପ୍ରଧାନମନ୍ତ୍ରୀ ତୀରନ୍ଦାଜ ଦୀପିକା କୁମାରୀ, ପ୍ରବୀଣ ଯାଦବ, ଜାଭେଲିନ୍ ତାରକା ନୀରଜ ଚୋପ୍ରା, ମୁଷ୍ଠିଯୋଦ୍ଧା ଆଶିଷ କୁମାରଙ୍କ ସହ ମଧ୍ୟ କଥା ହୋଇଥିବା ଜଣାପଡ଼ିଛି |
ଦୂତୀ ଚାନ୍ଦ ଅଲିମ୍ପିକରେ ୧୦୦ ଏବଂ ୨୦୦ ମିଟର ଦୌଡରେ ଦେଶର ପ୍ରତିନିଧିତ୍ୱ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ଚାନ୍ଦ ରାଙ୍କକୁ ଆସିବାବେଳେ ସମ୍ମୁଖୀନ ହୋଇଥିବା କଠିନ ଆହ୍ୱାନ ବିଷୟରେ କହିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ, ସାରା ଦେଶ ତାଙ୍କୁ ଟୋକିଓ ଅଲମ୍ପିକ୍ସ ପୋଡିୟମ ଦେଖିବାକୁ ଚାହୁଁଛି।
ଅଲିମ୍ପିକ୍ସ ନେଇ ଓଡିଆ ଧାବିକା ଦୂତୀ ଚାନ୍ଦଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସି ଜରିଆରେ କଲେ ଆଲୋଚନା । @DuteeChand@narendramodipic.twitter.com/mMLSbKaQfI
— Kanak News (@kanak_news) July 13, 2021
ନିକଟରେ ଦୂତୀ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ୪ର ୧୦୦ ମିଟର ଇଭେଣ୍ଟକୁ ୧୧.୧୭ ସେକେଣ୍ଡ ଅତିକ୍ରମ କରି ନିଜର ପୂର୍ବ ରେକର୍ଡକୁ କାଟିଦେଇଥିଲେ । ସେ ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ଅଳ୍ପକେ ସିଧାସଳଖ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିପାରିନଥିଲେ । ତେବେ ନିଜର ବିଶ୍ୱ ମାନ୍ୟତା ଅନୁସାରେ ସେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଜୁନ ୩୦ରେ ଓଡ଼ିଶା ସରକାର ଦୂତୀଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/DUTEE-AND-MODI.jpg)