କନକ ବ୍ୟୁରୋ : ମୋଦିଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋଦିଙ୍କ ସହ ଅନ୍ୟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।
ମୋଦିଙ୍କ ପରେ ପରେ ରାଜନାଥ ସିଂହ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଥିବା ତଥା ଗାନ୍ଧୀନଗର ସାଂସଦ ଅମିତ ଶାହା ମଧ୍ୟ ଶପଥ ନେଇଛନ୍ତି । ମୋଦିଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ପାଠ କରାଉଛନ୍ତି ।ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ମାନେ ଶପଥ ନେଉଥିବା ବେଳେ ପରେ ରାଷ୍ଟ୍ରମନ୍ତ୍ରୀ ମାନେ ଶପଥ ଗ୍ରହଣ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/D70a-T1UwAAWmwd.jpg)