କନକ ବ୍ୟୁରୋ: ଉତ୍ତରାଖଣ୍ଡର ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିିତି ଉପରେ ମୁଁ ଲଗାତାର ନଜର ରଖିଛି । ସାରା ଭାରତ ଆଜି ଉତ୍ତରାଖଣ୍ଡ ସହିତ ଛିଡା ହେଇଛି । ଫସି ରହିଥିବା ପ୍ରତିଟି ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ମୁଁ କଥାବାର୍ତ୍ତା ଜାରି ରଖିଛି । ରବିବାର ପଶ୍ଚିମବଙ୍ଗର ହଳଦିଆରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆଜି ମୋଦୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ କୋଲକାତା ଯାଇଛନ୍ତି । ସେଠାରେ ସେ ପ୍ରଥମ ଜନସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଥମେ ଏହି ଉତ୍ତରାଖଣ୍ଡର ଜଳପ୍ରଳୟ କଥା କହିଛନ୍ତି । ସାରା ଦେଶ ଏବେ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ବୋଲି ମୋଦି ନିଜର ସମ୍ବୋଧନରେ କହିଛନ୍ତି ।
ଆଜି ଉତ୍ତରାଖଣ୍ଡର ଚମୋଲିରେ ଭୟଙ୍କର ଜଳପ୍ରଳୟ ଦେଖିବାକୁ ମିଳିଛି । ହିମସ୍ଖଳନ ଫଳରେ ୧୦୦ରୁ ୧୫୦ ଲୋକ ଆହତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହୁରି ଅଧିକ ଉଦ୍ଧାରକାରୀ ଦଳ ଉତ୍ତରାଖଣ୍ଡ ପହଞ୍ଚୁଥିବା ନେଇ ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/40-2.jpg)