ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଦିଙ୍କ ସମ୍ବୋଧନ : କହିଲେ, ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

42

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆଜି ଆମେ ଯଦି ଭାରତରେ ଦେଖିବା ତେବେ ଜାଣିପାରିବା ମହିଳାମାନେ କୈାଣସି କ୍ଷେତ୍ରରେ ପଛରେ ନାହାନ୍ତି । ସେମାନେ ନିଜ କାମକୁ ଅତ୍ୟନ୍ତ ନିଖୁଣତାର ସହ ସମ୍ପାଦନ କରିୁଛନ୍ତି । ଆମ ଦେଶରେ ଯେଉଁ ଭଳି କୃଷକ ମାନଙ୍କର ବିକାଶ ହେଉଛି ତାହା କେବଳ ମହିଳାମାନଙ୍କ ପାଇଁ ସମ୍ଭବ ହୋଇପାରିଛି । ସେମାନଙ୍କ ବିନା ଆମେ ମାନେ ବିକାଶ କଥା ଚିନ୍ତା କରିବା ହିଁ ବୃଥା ବୋଲି ମୋଦୀ କହିଛନ୍ତି । ଏହିକଥା ସେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନଜରରେ ରଖି କହିଥିବା ଜଣାପଡିଛି । ଏହାସହ ସେ କହିଛନ୍ତି କି ମୋର ସୋଭାଗ୍ୟ ମୁଁ ୧ କୋଟି ମହିଳାମାନଙ୍କୁ ସମ୍ଭୋଧୋନ କରିପାରୁଛି । ଏହି ମହିଳାମାନେ ସାରା ଦେଶ ପାଇଁ ଉଦାହରଣ ।

ମୋଦି କହିଛନ୍ତି ଯେ, ଆମେ ଯେତେବେଳେ ମହିଳାସଶକ୍ତି କରଣ କଥା କହୁଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଆମେ ମାନେ ଭାବିବା ଦରକାର । ସେମାନେ ନିଜେ ରୋଜଗାର କରି ପରିବାର ଚଳାଉଥିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି । ଆଜିକା ଦିନରେ ଆପଣ ଯେଉଁ ବିଭାଗ ଦେଖିବେ ସେଠାରେ ମହଳିମାନେ ହିଁ କାମ କରୁଥିବାର ଦେଖାଯିବ । ଆମ ଦେଶର ଗ୍ରାମୀଣ ଅଞ୍ଚଳ ସହ ସାରା ଦେଶରେ ମହିଳାମାନେ ଆଗକୁ ବଢିବାରେ ଲାଗିଛନ୍ତି । ଏହାହ୍ୱାରା ଦେଶରେ ଗରୀବି ସମସ୍ୟା ମଧ୍ୟ କମ ହୋଇଛି ଏବଂ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଛି ।

source : NDTV.com

ମୋଦିଏହାସହ କହିଛନ୍ତି ଦୀନଦୟାଳୁ, ଅନ୍ତଦୋୟ, ରାଷ୍ଟ୍ରୀୟ ଗ୍ରାମୀଣ ଯୋଜନାରେ ସେମାନେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନେ ଆଗକୁ ମଧ୍ୟ ଅନେକ କ୍ଷେତ୍ରରେ ବିକାଶ କରିବେ ବୋଲି ମୋର ବିଶ୍ୱାସ ରହିଛି । ସମସ୍ତ ରାଜ୍ୟରେ ମହିଳାମାନଙ୍କ ପାଇଁ ଅନେକ ଯୋଜନା କରାଯାଇଛି । ତେବେ ସମସ୍ତ ରାଜ୍ୟର ଅଧିକାରୀମାନଙ୍କୁ ମୁଁ ଅଭିନନ୍ଦନ ଦେବା ସହ କିପରି ଭାବରେ ସେମାନେ ଆହୁରି ଭଲ କାମ କରିବେ ତାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପୂର୍ବ ଅପେକ୍ଷା ଦେଶରେ ବର୍ତ୍ତମାନ ସମୟରେ ଅଧିକ ମହିଳାଙ୍କ କ୍ଷେତ୍ରରେ ବିକାଶ ହୋଇ ପାରିଛି । ଏହାଦ୍ୱାରା ସେମାନେ ନିଜର ଉନ୍ନତି କରିପାରୁଛନ୍ତି ।

ଆମେ ଯଦି ଛତିଶଗଡର ଉଦାହରଣ ନେବା ସେଠାରେ ମହିଳାମାନେ ଯେପରି ଉନ୍ନତି କଲେ ସେପରି ଭାବରେ ସାରା ଦେଶର ମହିଳାମାନେ ଉନ୍ନତି କରିବାର ଆବଶ୍ୟକତା ରହିଛି । ସେଠାରେ ୨୨ ଜିଲ୍ଲାରେ ୧୨୨ ବିହନ ‘ବଜାର ସ୍ଥାପିତ’ କରାଯାଇଛି । ମଧ୍ୟ-ପ୍ରଦେଶରେ ମଧ୍ୟ ଅନେକ ବଜାର ଏପରି ରହିଛି ତେବେ ସାରା ଦେଶରେ ଏପରି ହେବାର ଆବଶ୍ୟକତା ରହିଛି ଯେଉଁଥିରେ ଆମ ଦେଶ ଆଗକୁ ବଢିପାରିବ ବୋଲି ମୋଦୀ କହିଛନ୍ତି ।