କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ଘେରିବାରେ ଲାଗିଛନ୍ତି । ତେବେ ସାଧାରଣ ନିର୍ବାଚନକୁ ମଧ୍ୟ ବେଶି ସମୟ ବି ଆଉ ନାହିଁ । ତେଣୁ କେଉଁ ନେତାମାନଙ୍କୁ ଟିକଟ ଦିଆଯିବ ବା ଦିଆଯିବ ନାହିଁ ତାହାକୁ ନେଇ ଚିନ୍ତାରେ ମୋଦି ଓ ଶାହା । ମିଳିଥିବା ସୂଚନା ଅନୁସାରେ ଅଧିକାଂଶ ସାସଂଦଙ୍କ ପ୍ରଦର୍ଶନ ଆଶାଜନକ ନାହିଁ । ତେଣୁ ସେମାନଙ୍କୁ ନିର୍ବାଚନ ଲଢିବା ପାଇଁ ଦଳ ଟିକେଟ ଦେବ କି ନାହିଁ ତାହାକୁ ଚିନ୍ତା କରାଯାଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ତେବେ ନୋଟବନ୍ଦୀ, ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ଓ ଜିଏସଟି ପରି ପ୍ରସଙ୍ଗକୁ ନେଇ ସରକାରଙ୍କ ପ୍ରତି ଜନତା ଅସନ୍ତୁଷ୍ଟ ଅଛନ୍ତି।

Advertisment


publive-imageକାହିଁକି କଟିପାରେ ଟିକଟ?

ସୋଶିଆଲ ମିଡିଆରେ ସକ୍ରିୟ ନଥିବାରୁ...
୨୦୧୮ ମାର୍ଚ୍ଚରେ ପାର୍ଟି ମିଟିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ସମସ୍ତ ମନ୍ତ୍ରୀ ଓ ସାଂସଦଙ୍କୁ କହିଥିଲେ ଯେ ସେମାନଙ୍କର ଟ୍ଵିଟର ଆକାଉଣ୍ଟରେ ଅତି କମରେ ୩ ଲକ୍ଷ ଫଲୋଅର୍ସ ରହିବା ଉଚିତ୍। ମାତ୍ର ଏମିତି ଅନେକ ମନ୍ତ୍ରୀ ଅଛନ୍ତି ଯେଉଁ ମାନଙ୍କର ଟ୍ଵିଟରରେ ତିନି ଲକ୍ଷ୍ୟ ଫଲୋଅର୍ସ ନାହାନ୍ତି।ଜୁଏଲ ଓରାମ, ରାଜନାଥ ସିଂହ, ଉମା ଭାରତୀ, ରାଧାମୋହନ ସିଂହ, ନରେନ୍ଦ୍ର ସିଂହ ତୋମାର ଆଦି ମନ୍ତ୍ରୀମାନଙ୍କର ସେତେ ପରିମାଣରେ ସୋଶିଆଲ ମିଡିଆରେ ଦବଦବା ନାହିଁ । ତେବେ ଏହି ନେତାମାନଙ୍କ ଟିକେଟ କଟିବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

publive-imageଅନେକ ସମୟରେ ନିର୍ବାଚନ ପୂର୍ବରୁ କେଉଁ ଦଳ ସରକାର ଗଠନ କରିବ ସେନେଇ ଅନେକ ଏଳ୍ସିଜିଟପୋଲ ଗୁଡିକ ସର୍ଭେ କରନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୨୦୧୮ ବିଜେପିକୁ ନେଇ ଯେଉଁ ସର୍ଭେ ହୋଇଥିଲା ସେଥିରୁ ଜଣାପଡିଥିଲା କି ୨୦୧୯ ଲୋକସଭା ସର୍ଭେ ମୁତାବକ ନିର୍ବାଚନରେ ବିଜେପି ୨୮୨ ସିଟରୁ ୧୫୨ ସିଟ୍ ହାରିପାରେ। ୨୦୧୮ ମେ' ରେ ଏବିପି ଦେଶର ୫୦ ବଡ଼ ସାମ୍ବାଦିକଙ୍କ ସର୍ଭେ କରି ମୋଦୀ ସରକାରଙ୍କ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଇଥିଲେ।

publive-image

ଏହାସହ କିଛି ଏମିତି ମନ୍ତ୍ରୀ ମଧ୍ୟ ରହିଛନ୍ତି ଯେଉଁମାନେ ଖରାପ ସ୍ଵାସ୍ଥ୍ୟଗତ କାରଣରୁ ନିର୍ବାଚନ ମଧ୍ୟ ଲଢି ନପାରନ୍ତି। ସେମାନଙ୍କ ମଧ୍ୟରେ ପ୍ରମୁଖ ନାମ ହେଉଛି ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ। କେବଳ ସୁଷମା ନୁହେଁ ବରଂ ଅନେକ ବରିଷ୍ଠ ନେତା ଚଳିତଥର ନିର୍ବାଚନ ଲଢିନପାରନ୍ତି । ତେବେ
୨୦୧୯ ଲୋକସଭା ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ବିଜେପି କଳାକାର ଓ କ୍ରିକେଟରଙ୍କୁ ଟିକେଟ୍ ଦେବାକୁ ମନସ୍ଥ କରି ସାରିଛି। ବର୍ତ୍ତମାନ ପରିସ୍ଥିତିରେ ବିରୋଧୀଦଳ ଗୁଡିକ ଯେପରି ଭାବରେ ମିଳିତ ହୋଇ ସରକାରଙ୍କ ଘେରିବା ପାଇଁ ଉଦ୍ୟମ କରୁଛି ସେଥିରୁ ସ୍ପଷ୍ଟ ହୋଇ ଯାଉଛି ଯେ, ଆଗାମୀ ଦିନରେ ବିରୋଧୀଙ୍କୁ କଡା ମୁକାବିଲା କରିବା ପାଇଁ ବିଜେପି କୈାଣସି ମୈାକା ହାତଛଡା କରିବ ନାହିଁ । ତେଣୁ ଦଳୀୟ ଟିକେଟ ଦେବା ପୂର୍ବରୁ ମୋଦି-ଶାହା ରୁଦ୍ଧଦ୍ୱାର ବୈଠକ କରୁଥିବା ଏକ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।ଏହାସହ ଚଳିତଥର ପାଖାପାଖି ୯୦ ପ୍ରତିଶତ ସାସଂଦଙ୍କ ଟିକେଟ କଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।