ପଶ୍ଚିମବଙ୍ଗରେ ମୁହାଁମୁହିଁ ମୋଦି ଓ ମମତା । ମମତାଙ୍କୁ ଟାର୍ଗେଟ କରି ମୋଦି କହିଲେ ରାଜ୍ୟରେ ନିର୍ବାଚନ ହାରିସାରିଛି ଟିଏମସି ।

169

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ମୁହାଁମୁହିଁ ହୋଇଛନ୍ତି ମୋଦୀ ଓ ମମତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଚ ବିହାରରେ ନିର୍ବାଚନୀ ସଭା କରିଥିବା ବେଳେ ଅଲିପୁରଦୁରଠାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମମତାଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି ରାଜ୍ୟରେ ଟିଏମସି ନିର୍ବାଚନ ହାରିସାରିଛି । ସେପଟେ ଗୁଣ୍ଡାରାଜ ଚଳାଇ ନିର୍ବାଚନ ଜିତି ହୁଏନି ବୋଲି କହିଛନ୍ତି ମମତା ବାନାର୍ଜି ।

ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଏବେ ଫଳାଫଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ମୋଦୀ ଓ ଦିଦି । ସେପଟେ ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ମମତା ପୁଲିଂ ବୁଥ୍ ଜଗିବା ପ୍ରସଙ୍ଗରେ ମମତା ବାନାର୍ଜିଙ୍କୁ ଘେରିଛନ୍ତି ମୋଦୀ । ଅପରପକ୍ଷରେ ମୋଦୀଙ୍କୁ ମିଛୁଆ ବୋଲି କଟାକ୍ଷ କରିଛନ୍ତି ମମତା ।

ଅପରପକ୍ଷରେ ମମତାଙ୍କୁ ଟାର୍ଗେଟ କରି ମୁସଲିମ ଭୋଟ ବ୍ୟାଙ୍କନାଁରେ ଭୋଟ ମାଗିଥୁବା ଅଭିଯୋଗ କରିଛନ୍ତି ମୋଦୀ । ସେ ଏପରି କରିଥିଲେ ନିର୍ବାଚନ କମିଶନ ତାଙ୍କୁ ୮ରୁ ୧୦ଟି ନୋଟିସ ପଠେଇ ଥାନ୍ତେ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।