ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଲା ଗଡସେ ବୟାନ୍ । ଶୃଙ୍ଖଳା କମିଟିକୁ ରିପୋର୍ଟ ମାଗିଲା ବିଜେପି, ମୋଦୀ କହିଲେ, ଏଭଳି ମନ୍ତବ୍ୟ ପାଇଁ ଦେଇପାରିବେନି କ୍ଷମା

214

କନକ ବ୍ୟୁରୋ: ଗାନ୍ଧୀଙ୍କ ହତ୍ୟକାରୀ ନାଥୁରାମ ଗଡସେଙ୍କ ସଂପର୍କରେ ବିଜେପିର ଲୋକସଭା ପ୍ରାର୍ଥୀ ସ୍ୱାଧ୍ୱୀ ପ୍ରଜ୍ଞା ଠାକୁର ଦେଇଥିବା ବୟାନ୍,ଦେଶର ରାଜନୀତିକୁ ଏଭଳି ଭାବରେ ଆନ୍ଦୋଳିତ କରିଛି ଯେ,  ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏହି ବୟାନକୁ ଏକ ଭୟାନକ ମନ୍ତବ୍ୟ ବୋଲି କହିଛନ୍ତି । ଏଭଳି ମନ୍ତବ୍ୟ ପାଇଁ ତାଙ୍କୁ କେବେ କ୍ଷମା ଦେଇପାରିବି ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ୱାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ହୃଦୟରୁ କେବେ କ୍ଷମା ଦେଇ ପାରିବି ନାହିଁ ବୋଲି ସଫା-ସଫା ଶୁଣାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସଭ୍ୟ ସମାଜରେ ଏଭଳି ଭାଷାର ସ୍ଥାନ ନାହିଁ କିମ୍ବା ଏଭଳି ବୟାନ ଦେବା ପୂର୍ବରୁ ଶହେ ଥର ଭାବିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ତେବେ ଭୋପାଳରୁ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା ସ୍ୱାଧ୍ୱୀ ପ୍ରଜ୍ଞା ଠାକୁର, ଗଡସେଙ୍କୁ ଦେଶଭକ୍ତ କହିବା ପରେ ସୃଷ୍ଟି ହୋଇଥିଲା ଏକ ବଡ ବିବାଦ । ଆଉ ଏହି ବିବାଦ ପରେ ପରେ ନିଜ ବୟାନ୍ ବଦଳାଇବା ସହ ଭୁଲ ମାଗିବାକୁ ବାଧ୍ୟ ହୋଇଥିଲେ ବିଜେପି ନେତ୍ରୀ ସ୍ୱାଧ୍ୱୀପ୍ରଜ୍ଞା ।

source : PrimeTimes.IN

ସ୍ୱାଧୀ ପ୍ରଜ୍ଞା ଠାକୁର ସିନା କ୍ଷମା ମାଗିଦେଲେ, ହେଲେ ଏହି ଘଟଣା ଦେଶର ରାଜନୀତିରେ ନିଆଁ ଲଗାଇ ଦେଇଛି, ତାହା ପୁଣି ଶେଷ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ । ସ୍ୱାଧ୍ୱୀ ପ୍ରଜ୍ଞାଙ୍କ ବୟାନ ସଂପର୍କରେ ରାହୁଲ ଗାନ୍ଧୀ ଟିଟ୍ୱ କରି ଲେଖିଛନ୍ତି-

– ଶେଷରେ ମୁଁ ବୁଝିଗଲି, ବିଜେପି ଓ ଆର୍ଏସ୍ଏସ୍ ଭଗବାନ( God-Ke)ପ୍ରେମୀ ନୁହଁନ୍ତି, ସେମାନେ ଗଡସେ (God-Se) ପ୍ରେମୀ ।

କଂଗ୍ରେସ ସମେତ ଦେଶର ସମସ୍ତ ବିରୋଧୀ ବିଜେପି ପ୍ରାର୍ଥୀଙ୍କୁ ଘନଘନ ଆକ୍ରମଣ କରିବା ପରେ ଏହି ପ୍ରସଙ୍ଗରେ ଆସିଥିଲା, ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଟ୍ୱିଟ୍ ।

image courtesy – www.thehindu.com

ଏଥିରେ ଶାହା ଲେଖିଛନ୍ତି-

– ସ୍ୱାଧ୍ୱୀ ପ୍ରଜ୍ଞା ଠାକୁର, ଅନ୍ତନ୍ତ କୁମାର ହେଗଡେ, ନଳୀନ କଟିଲ ଯେଉଁ ବୟାନ୍ ଦେଇଛନ୍ତି, ଏନେଇ ବିଜେପିର ଶୃଙ୍ଖଳା କମିଟିକୁ ୧୦ ଦିନ ଭିତରେ ରିପୋର୍ଟ ଦେବା ପାଇଁ କୁହାଯାଇଛି ।

() ସ୍ୱାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକର ବିଜେପି ନେତା ନଳୀନ କଟିଲେ କହିଥିଲେ, ଗଡ୍ସେ ଜଣଙ୍କୁ ହତ୍ୟା କରିଥିଲେ, କସାବ୍ ୭୨ ଜଣଙ୍କ ହତ୍ୟା କରିଥିଲା, ରାଜୀବ ଗାନ୍ଧୀ ୧୭ ହଜାର ଲୋକଙ୍କ ହତ୍ୟା କରଥିଲେ । ଆପଣ ଚିନ୍ତା କରନ୍ତୁ କିଏ ଅଧିକ ନୃସଂଶ ।

() ଏହି ସବୁ ବୟାନବାଜି ଭିତରେ କମଲ ହାସନଙ୍କ ଯେଉଁ ବୟାନରୁ ଏହି ବିବାଦର ମୁଳଦୂଆ ପଡ଼ିଥିଲା, ସେହି କମଲ ହାସନ୍ ନିଜ ବୟାନରେ ଅତୁଟ ରହିଛନ୍ତି । ଆଉ ଆଜି କହିଛନ୍ତି- ପ୍ରତି ଧର୍ମରେ ଚରମପନ୍ଥୀ ଅଛନ୍ତି ।