କନକ ବ୍ୟୁରୋ: ମଂଚ ଉପରେ ଦେଶକୁ ପରିବାର କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏପଟେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ବାୟୋ ଚେଂଜ କଲେ ବିଜେପିର ବରିଷ୍ଠ ନେତା । ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ପିୟୁଷ ଗୋଏଲ, ଅନୁରାଗ ଠାକୁରଙ୍କ ଭଳି ନେତା ନିଜ ଆକାଉଂଟରେ ନାଁ ପରେ “ମୋଦି କା ପରିବାର” ବା ମୋଦିଙ୍କ ପରିବାର ବୋଲି ଲେଖିଛନ୍ତି । ତେଲେଙ୍ଗାନାରେ ମିଶନ ୪୦୦ର ନାରା ଦେଇ ନିର୍ବାଚନ ମାହୋଲକୁ ଆହୁରି ସରଗରମ କରିଛନ୍ତି ନରେନ୍ଦ୍ର ମୋଦୀ । ଦକ୍ଷିଣରେ ଯେତେବେଳେ ବିଜେପି ଅନ୍ୟ ରାଜ୍ୟ ତୁଳନାରେ ଦୁର୍ବଳ ରହିଛି ସେହି ସମୟରେ ଏକ ବଡ଼ ଜନସମାବେଶକୁ ସମ୍ବୋଧନ କରି ସାରା ଦେଶକୁ ନିଜ ପରିବାରର ବାର୍ତା ଦେବାକୁ ପ୍ରସାସ କରିଛନ୍ତି ମୋଦୀ । ରବିବାର ବିହାର ପାଟଣାରେ ଇଣ୍ଡିଆ ମେଂଟର ଜନ ବିଶ୍ୱାସ ମହାରାଲିରେ ମୋଦିଙ୍କର ପରିବାର ନଥିବା କହିଥିଲେ ଆରଜେଡି ସୁପ୍ରିମୋ ଲାଲୁ ଯାବଦ । ଆଜି ଦେଶକୁ ନିଜ ପରିବାର କହି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।