କନକ ବ୍ୟୁରୋ : କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି । ଆତଙ୍କୀ ହମଲାକୁ ବିଶ୍ୱବ୍ୟାପି ନିନ୍ଦା କରାଯାଉଥିବା ବେଳେ, ଏହି ସମୟରେ ବିହାରରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଗୁସରାଇରେ ଏକ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆପଣଙ୍କ ହୃଦୟରେ ଜଳୁଥିବା ନିଆଁ ମୋ ଭିତରେ ମଧ୍ୟ ଜଳୁଛି । ସହିଦ ଦେଇ ଥିବା ବଳିଦାନ କେବେ ବି ବେକାର ଯିବନି ବୋଲି ମୋଦି କହିଛନ୍ତି ।
ଗତ ଗୁରୁବାର ଦିନ ପୁଲୱାମାଠାରେ ସିଆରପିଏଫ ବସ ଉପରେ ଆତଙ୍କି ଆକ୍ରମଣରେ ୪୨ ଜଣ ଯବାନ ସହିଦ ହୋଇଥିଲେ । ବିହାରର ଏହି କାର୍ଯ୍ୟକ୍ରମ ଅବସରରେ ୨ ଜଣ ସହିଦଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ କାଶ୍ମୀରରେ ଘଟିଥିବା ଆତଙ୍କବାଦୀଙ୍କ ଏହି ବଡ ଆକ୍ରମଣକୁ ଦେଶବ୍ୟାପି ବିରୋଧ କରାଯାଉଥିବା ବେଳେ ଅନ୍ୟପଟେ ସହିଦ ଯବାନଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/assam_modi_3927938_835x547-m.jpg)