ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା ।

124

କନକ ବ୍ୟୁରୋ : ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୦ଟା ୨୫ରେ ମୋଦୀ ଅଯୋଧ୍ୟା ବିମାନବନ୍ଦରେ ପହଞ୍ଚିବେ । ୧୦ଟା ୫୫ ମିନିଟରେ ରାମ ଜନ୍ମଭୂମିରେ ପହଞ୍ଚିବେ । ଏବଂ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବ । ମଧ୍ୟାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ । ତେବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ୭ ହଜାର ସେଲିବ୍ରେଟିଙ୍କୁ ଏହି କାର୍ଯ୍ୟକମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ସେମାନଙ୍କ ମଧ୍ୟରୁ ୬୦ ଭିଭିଆଇପି ଏବଂ ୯୦୦ ଭିଆଇପି ଆଜି ଯୋଗଦେବେ । ଏଥିପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅଯୋଧ୍ୟାରେ ସ୍ନାଇପର ସ୍କ୍ୱାର୍ଡ ସହ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ୨୫ ହଜାର ଫୋର୍ସ ମୁତୟନ ରହିଛନ୍ତି । ସହରକୁ ଜଗିଛି ୧୦ ହଜାର ସିସିଟିଭି । ସୁରକ୍ଷା ତଦାରଖ ପାଇଁ ୩୧ ଆଇପିଏସ୍ ଅଫିସରଙ୍କୁ ମୁତୟନ କରାଯାଇଛି । ଏଆଇ ବିନିଯୋଗରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । କୌଣସି ପ୍ରକାରର ଅଘଟଣ ପାଇଁ ଆଣ୍ଟିଡ୍ରୋନ ବି ମୁୟତନ କରାଯାଇଛି । ନିଜେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।