ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ମୋଦୀ । କହିଲେ, ଦେଶର ବିକାଶରେ ଇଞ୍ଜିନ ହେବ ଓଡିଶା ।

657

କନକ ବ୍ୟୁରୋ: ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବୋଲି କହିଛନ୍ତି ମୋଦୀ । ଖାଲି ସେତିକି ନୁହେଁ ଏଥର ଓଡିଶାରେ ଯେଉଁଭଳି କ୍ରାନ୍ତି ଦେଖିବାକୁ ମିଳିଲା, ତାକୁ ଦେଖି ଆଗାମୀ ୨୫ ବର୍ଷ ଭିତରେ ମହାପ୍ରଭୁଙ୍କ କୃପାରୁ ଓଡିଶା ଦେଶର ବିକାଶ ଯାତ୍ରାରେ ଇଞ୍ଜିନ ହେବ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପାଇଁ ସମସ୍ତେ ସମାନ । କୌଣସି ଦଳର କେଉଁ ବି ପ୍ରତିନିଧ ହେଉ ନା କାହିଁକି, ସମସ୍ତେ ତାଙ୍କ ପାଇଁ ସମାନ । ଏହା ହିଁ ୩୦ ବର୍ଷ ଧରି ଏନଡିଏକୁ ମଝବୁତ୍ କରି ରଖିଛି ବୋଲି ମୋଦୀ କହିଛନ୍ତି । ଅନ୍ୟପଟେ ଏନଡିଏ ଆଜି ୨୨ ରାଜ୍ୟରେ ଶାସନ କରୁଛି । ଲୋକମାନେ ସେଠାରେ ସରକାର ଗଢିବାକୁ ସୁଯୋଗ ଦେଇଛନ୍ତି । ଏହାର ଅର୍ଥ ଏନଡିଏ ମେଣ୍ଟ ଭାରତର ଆତ୍ମା ସାଜିଛି ବୋଲି ମୋଦୀ କହିଛନ୍ତି ।

ମୋଦୀ କହିଛନ୍ତି,ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ନୂଆକରି ବିଜୟୀ ହେଇ ଆସିଥିବା ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ଆଉ କହିଛନ୍ତି , ଏହା ତାଙ୍କର ସୌଭାଗ୍ୟ, ସର୍ବସମ୍ମତି କ୍ରମେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି ।