ମୋଦୀଙ୍କ ମନ କୀ ବାତ୍ । ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କ ଟିକାକରଣକୁ ନେଇ ଚିଠି ସମ୍ପର୍କରେ କଲେ ଉଲ୍ଲେଖ । ବନିକରଣ କରିଥିବା କେନ୍ଦ୍ରାପଡାର ବିଜୟ ଓ ପାରାଦୀପର ଚାଷୀ ଅମରେଶଙ୍କ କଥା କହିଲେ ମୋଦି ।

107

କନକ ବ୍ୟୁରୋ: ୭୫ ଦିନରେ ପହଂଚିଲା ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ଜନତାଙ୍କୁ ରେଡିଓରେ ଶୁଭେଚ୍ଛା ଜଣାଇଲେ ମୋଦି । କହିଲେ, ରାଷ୍ଟ୍ରର ଉନ୍ନତି କାମନା ସହ କାର୍ଯ୍ୟ କରିବା ଆମର ଲକ୍ଷ୍ୟ । ଏପରିକି ମୋଦୀ କହିଛନ୍ତି ଭାରତ ମାତା କୋଳରେ ଅନେକ ମୂଲ୍ୟବାନ ରତ୍ନ ଅଛନ୍ତି । ଦେଶରେ ୭୫ ବର୍ଷ ପୂର୍ତିରେ ଚାଲିଛି ଅମୃତ ମହୋତ୍ସବ । ଅନୁଶାସନର ଉଦାହରଣ ହେଉଛି ଜନତା କର୍ଫ୍ୟୁ । କରୋନା ଯୋଦ୍ଧା ପାଇଁ ଦେଶବାସୀ ଏକାଠି ହୋଇପାରିଥିଲେ ବୋଲି ମୋଦୀ କହିଛନ୍ତି ।

ଦେଶରେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଚାଲିଥିବା କହିଛନ୍ତି ମୋଦୀ । ଭୁବନେଶ୍ୱରର ପୁଷ୍ପା ଶୁକ୍ଲା ଟିକାକରଣକୁ ନେଇ ଚିଠି ଲେଖିଥିବା ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ମୋଦୀ । ଦେଶରେ କିଛି ଶତାୟୁ ଟିକାକରଣରେ ସାମିଲ ହୋଇଛନ୍ତି । ଭ୍ୟାକସିନ ସବୁ ପରିବାରର ବୟସ୍କ ଲୋକ ନେବାକୁ ମନ କି ବାତ କାର୍ଯ୍ୟକ୍ରମରେ ଅପିଲ କରିଛନ୍ତି ମୋଦୀ ।

ଏପରିକି ଓଡ଼ିଶାର ବନୀକରଣ କରୁଥିବା ୨ ଯୁବକଙ୍କ କଥା କହିଛନ୍ତି ମୋଦୀ । ଜଣେ କେନ୍ଦ୍ରାପଡ଼ାର ବିଜୟ କବି ଯେ ସମୁଦ୍ର ତଟରେ ଗଛ ଲଗାଇ ପ୍ରାକୃତିକ ଦୁର୍ବିପାକରୁ ଗାଁକୁ ବଂଚାଇଥିଲେ । ଆଉ ଜଣେ ପାରାଦୀପର ଅମରେଶ ମଧ୍ୟ ଗଛ ଲଗାଇ ଅନେକ ଗାଁକୁ ସୁରକ୍ଷା ଯୋଗାଇଥିଲେ ।

କେନ୍ଦ୍ରାପଡାର ପରିବେଶବିତ୍ ବିଜୟ କବିଙ୍କୁ ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜୟ ନିଜ ଗାଁକୁ ସମୁଦ୍ରରୁ ରକ୍ଷା କରିବା ପାଇଁ ୨୫ ଏକର ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଛନ୍ତି ସେ । ରାଜନଗର କୋଇଲିପୁରର ବଡକୋଟା ଗାଁ, ଯେତେବେଳେ ନଦୀ ସମୁଦ୍ର ଜୁଆରରେ କୂଳ ଖାଇ ଲୀନ ହେବାକୁ ବସିଥିଲା, ଏନେଇ ଲୋକେ ବନବିଭାଗକୁ ଜଣାଇଲେ , କିଛି ସୁଫଳ ମିଳିନଥିଲା ।

ଶେଷରେ ନିଜ ଗାଁକୁ ସମୁଦ୍ର ଠାରୁ ରକ୍ଷା କରିବା ପାଇଁ ସେ ଜଙ୍ଗଲ ସୃଷ୍ଟି କରିଥିଲେ । ଏଥିସହ ବିଜୟ ଭିତରକନିକା ଅଭୟାରଣ୍ୟରେ ନିଜ ଅର୍ଥ ଓ ପରିଶ୍ରମରେ ଗ୍ରାମବାସୀଙ୍କୁ ଏକତ୍ରିତ କରି ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଛନ୍ତି । ବିଜୟଙ୍କ ଏପରି ନିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଂଶସା କରିଛନ୍ତି ।