ତାମିଲନାଡୁ ସେଲମର ବିଜେପିକର୍ମୀ ରମେଶଙ୍କୁ ମନେପକାଇ ପୂର୍ବ ସ୍ମୃତି ବଖାଣିଲେ ମୋଦୀ: ୨୦୧୩ରେ କର୍ମୀଙ୍କୁ କରାଯାଇଥିଲା ବିଭତ୍ସ ହତ୍ୟା

93

କନକ ବ୍ୟୁରୋ: ଜନସଭାରେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ତାମିଲନାଡୁ ସେଲମରେ ବିଜେପିର ଜନସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଦଳର ଦିଂବଗତ ବିଜେପିକର୍ମୀଙ୍କ କଥା ମନେପକାଇ ଭାବବିହ୍ୱଳ ହୋଇପଡିଛନ୍ତି । ୧୧ବର୍ଷ ପୂର୍ବରୁ ରମେଶ ନାମକ ଜଣେ ଦଳୀୟକର୍ମୀଙ୍କୁ ହତ୍ୟା କରାଯାଇଥିଲା ଓ ତାଙ୍କ ଅବଦାନକୁ ମନେ ପକାଇ ମୋଦୀ ଭାବବିହ୍ୱଳ ହୋଇଥିଲେ । ରମେଶ ଜଣେ ଦକ୍ଷ କର୍ମୀ ଥିଲେ ଓ ଦଳ ପାଇଁ ତାଙ୍କ ଅବଦାନକୁ ଭୁଲିବା ମୁସ୍କିଲ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।