ଯେତେବେଳେ ଗଣତନ୍ତ୍ରର ଚର୍ଚ୍ଚା ହେବ, ସେତେବେଳେ ମନମୋହନ ସିଂ ମନେପଡିବେ । ରାଜ୍ୟସଭାରେ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା କଲେ ମୋଦୀ । ପଢନ୍ତୁ, କଣ କହିଲେ…

262

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନମୋହନ ସିଂଙ୍କ ପ୍ରଂଶସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦୀ । ଗୁରୁବାର ରାଜ୍ୟସଭାରେ ସାଂସଦଙ୍କ ବିଦାୟୀ ଉପରେ ସମ୍ବୋଧନ ରଖୁଥିବାବେଳେ, ମୋଦୀ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରଂଶସା କରିଛନ୍ତି ।

ରାଜ୍ୟସଭାରେ ସମ୍ବୋଧନ ରଖି ମୋଦୀ କହିଛନ୍ତି ଯେ, ଆମକୁ ମନମୋହନ ସିଂଙ୍କ ମାର୍ଗଦର୍ଶନ ମିଳିଲା । ମନମୋହନ ସିଂ ଜଣେ ଚାଲାକ୍ ସାଂସଦର ଉଦାହରଣ ଅଟନ୍ତି । ଏ ସଦନକୁ ମନମୋହନ ସିଂଙ୍କ ବିଶେଷ ଯୋଗଦାନ ରହିଛି । ତେବେ ସାଂସଦମାନଙ୍କର କେବେ ବି ବିଦାୟ ହୁଏନି ବୋଲି ଆଜି ରାଜ୍ୟସଭାରେ କହିଛନ୍ତି ପିଏମ୍ ମୋଦୀ । ଏଥିସହ ଯେବେ ଯେବେ ବି ଗଣତନ୍ତ୍ର ଉପରେ ଚର୍ଚ୍ଚା ହେବ, ସେତେବେଳେ ମନମୋହନ ସିଂହ ମନେପଡିବେ ବୋଲି ମୋଦୀ କହିଛନ୍ତି ।

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରିର୍ଟାୟାରକୁ ନେଇ ମୋଦୀ କହିଥିଲେ ଯେ, ସେ ୬ ଥର ଏ ଗୃହର ସଦସ୍ୟ ରହିଥିଲେ । ନିଶ୍ଚିତ ଭାବେ ଆମ ଭିତରେ ବୈଚାରିକ ମତଭେଦ ଥିଲା । ହେଲେ ଗୃହର ଜଣେ ସଦସ୍ୟ ଭାବେ ତାଙ୍କର ବଡ ଯୋଗଦାନ ରହିଥିଲ । ଅନେକ ଥର ସେ ଗୃହକୁ ମାର୍ଗଦର୍ଶନ କରିଛନ୍ତି । ଏପରିକି ସେ ହ୍ୱିଲଚେୟାରରେ ଆସି ଭୋଟ୍ ଦେଇଛନ୍ତି । ଯାହାକି ଲୋକତନ୍ତ୍ରକୁ ଶକ୍ତି ଦେଇଛି ବୋଲି ମୋଦୀ କହିଛନ୍ତି ।

ଅନ୍ୟପଟେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟସଭାରୁ ବିଦାୟ ନେଉଥିବା ସାଂସଦମାନେ ନୂଆ ସଂସଦ ଭବନର ସ୍ମୃତି ନେଇ ଯାଉଛନ୍ତି । କୋଭିଡ୍ ସମୟରେ ମଧ୍ୟ ସାଂସଦମାନେ କାମ କରିବା ବନ୍ଦ କରିନଥିଲେ । ସଦନକୁ ଆସିବା ସହିତ ଚର୍ଚ୍ଚା କରିଥିଲେ ସାଂସଦମାନେ । ଏଥିସହ କୋଭିଡ୍ ସତ୍ତେ୍ୱ ବି ସେମାନେ ସେବା ଯୋଗାଇ ଚାଲିଥିଲେ ବୋଲି ମୋଦୀ କହିଛନ୍ତି ।