ଫେସବୁକ ଦେଲା ମୋଦିଙ୍କୁ ଏକନମ୍ବର ସାର୍ଟିଫିକେଟ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

30

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ସାଇଟ ଟ୍ୱିଟରରେ ରାଜ୍ କରୁଛନ୍ତି । କିନ୍ତୁ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବେଶ ପଛରେ ପକାଇ ଦେଇଛନ୍ତି । ବୁଧବାର ଦିନ ପ୍ରକାଶ ପାଇଥିବା ଏକ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି । ସୋସିଆଲ ମିଡିଆ ଫେସବୁକରେ ବେଶ୍ ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି ମୋଦି ।

moditrump-ସୋସିଆଲ ମିଡିଆରେ ବାଜି ମାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆରେ ବେଶ୍ ପପୁଲାର ବ୍ୟକ୍ତିତ୍ୱ ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ମୋଦି । କମ୍ୟୁନିକେସନ ଫାର୍ମ ବର୍ସନ-ମାର୍ଟଷ୍ଟେଲର ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ପ୍ରକାଶ ପାଇଛି ଯେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ୨୩.୧ ମିଲିଅନ ଫଲୋଅର୍ସ ରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି ୪୩.୨ ମିଲିଅନ ଫଲୋଅର୍ସ । ଯାହା ଟ୍ରମ୍ପଙ୍କ ଫଲୋଅର୍ସଙ୍କଠାରୁ ପାଖାପାଖି ଦୁଇଗୁଣା ଅଧିକ । ଆମେରିକା ରାଷ୍ଟ୍ରପତି ଗୋଟିଏ ଦିନରେ ଫେସବୁକରେ ୫ଥର ତଥ୍ୟ ପୋଷ୍ଟ କରନ୍ତି ଯାହା ମୋଦି କରୁଥିବା ପୋଷ୍ଟଗୁଡିକଠାରୁ ଅଧିକ । ତଥାପି ସୋସିଆଲ ମିଡିଆ ଫେସବୁକରେ ମୋଦି ହେଉଛନ୍ତି ସବୁଠୁ ପପୁଲାର ।