କର୍ଣ୍ଣାଟକ ନିର୍ବାଚନରେ ମୋଦିଙ୍କ କୃଷକ କାର୍ଡ : କହିଲେ, କେନ୍ଦ୍ର କୃଷକଙ୍କ ପାଇଁ କାମ କରୁଛି, କିନ୍ତୁ ରାଜ୍ୟରେ କଂଗ୍ରେସ ସରକାର ଯୋଗୁ ଅଟକି ରହିଛି କୃଷକ କଲ୍ୟାଣ ଯୋଜନା

27

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକରେ ବିଧାନସଭାରେ ନିର୍ବାଚନ ହେବ । ଏଥିପାଇଁ ପ୍ରଚାର ସରଗରମ ହୋଇଛି । ଏହି ନିର୍ବାଚନ କଂଗ୍ରେସ-ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଗତକାଲିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ପ୍ରଚାର ଆରମ୍ଭ କରିଛନ୍ତି । ଗତକାଲି ସେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିବାବେଳେ ଆଜି ଖେଳିଛନ୍ତି କୃଷକ କାର୍ଡ । କର୍ଣ୍ଣାଟକ କୃଷକ ମୋର୍ଚାର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, କେନ୍ଦ୍ର ସରକାର କୃଷକଙ୍କ କଲ୍ୟାଣ ପାଇଁ କାମ କରୁଛନ୍ତି । କିନ୍ତୁ ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସିଦ୍ଧାରମୈୟା ସରକାର ଯୋଗୁଁ ଯୋଜନାଗୁଡିକ ଆଗେଇପାରୁନାହିଁ ।

କର୍ଣ୍ଣାଟକରେ ଏକ କୋଟିରୁ ଅଧିକ ଚାଷୀଙ୍କ ସମେତ ସାରା ଦେଶରେ ଚାଷୀଙ୍କୁ ହେଲଥ କାର୍ଡ ଦିଆଯାଇଛି । ରାଜ୍ୟରେ ୟେଦୁୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଆସିଲେ ହିଁ ଯୋଜନାଗୁଡିକ ଆଗକୁ ବଢିପାରିବ । କର୍ଣ୍ଣାଟକରେ ୧୫ ତାରିଖରେ ଭୋଗଣତି ହେବ । ୨୨୪ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ –ବିଜେପି ଓ ଧର୍ମନିରପେକ୍ଷ ଜନତା ଦଳ ମଧ୍ୟରେ ଟକ୍କର ହେଉଛି । ଝୁଲା ବିଧାନସଭା କ୍ଷେତ୍ରରେ ଧର୍ମନିରପେକ୍ଷ ଜନତା ଦଳ କିଙ୍ଗ ମେକର ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି ।