ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲମ୍ ଏୟାରପୋର୍ଟରେ ଶୋକାକୁଳ ପରିବେଶ ।

176

କନକ ବ୍ୟୁରୋ : ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲମ୍ ଏୟାରପୋର୍ଟରେ ପହଞ୍ଚି ସିଡିଏସ ବିପିନ୍ ରାୱତ, ତାଙ୍କ ପତ୍ନୀଙ୍କ ସମେତ ସହିଦ ୧୩ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୋଦି । ରାଜଧାନୀ ଦିଲ୍ଲୀରେ ଆଜି ପହଞ୍ଚିଥିଲା ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୧ଅଧିକାରୀଙ୍କ ପାର୍ଥିବ ଶରୀର ।

ଜେନେରାଲ ବିପିନ ରାୱତଙ୍କୁ ପୂର୍ଣ୍ଣ ମିଲିଟାରୀ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅନ୍ୟମାନଙ୍କୁ ମଧ୍ୟ ଉପଯୁକ୍ତ ମିଲିଟାରୀ ସମ୍ମାନ ଦିଆଯିବ ।