ଦୁଇ ଦିନିଆ ୟୁଏଇ ଓ କତାର ଗସ୍ତରେ ମୋଦୀ । ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରକୁ କରିବେ ଉଦଘାଟନ୍ ।

89

କନକ ବ୍ୟୁରୋ: ଦୁଇ ଦିନିଆ ୟୁଏଇ ଓ କତାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଗସ୍ତ ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଭାରତ ସହ ଦୁଇ ଦେଶର ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ଆଶାବାଦୀ ଥିବା କହିଛନ୍ତି ମୋଦୀ । ୨୦୧୫ ମସିହା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ସପ୍ତମ ୟୁଏଇ ଗସ୍ତ । ଏହି ଗସ୍ତ ପୂର୍ବରୁ ୟୁଏଇ ରାଷ୍ଟ୍ରପତି ସେଖ ମହମ୍ମଦ ବିନ୍ ଯାଦବଙ୍କୁ ଭାଇ କହି ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ତାଙ୍କୁ ଭେଟିବାକୁ ଉଚ୍ଛୁକ ଥିବା କହିଛନ୍ତି । ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ସେଠାରେ ରହୁଥିବା ଭାରତୀୟଙ୍କୁ ସମ୍ବୋଧିତ କରିବେ । ୱାର୍ଲ୍ଡ ଗଭର୍ଣ୍ଣମେଂଟ ସମିଟକୁ ମଧ୍ୟ ସମ୍ବୋଧିତ କରିବେ ମୋଦୀ ।