ମୋଦିଙ୍କ କଟାକ୍ଷ

75

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡ଼ିଶା ମାଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା । ପଛୁଆ ଓଡ଼ିଶା ପାଇଁ ବିଜେଡ଼ି ସରକାରକୁ ସିଧାସଳଖ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକାଶ ଉତ୍ସବରେ ନିଜ ସରକାରର ଉପଲବ୍ଧିର ହିସାବ ଦେଉ ଦେଉ ମୋଦି ଦେଇଛନ୍ତି ମିଶନ୍ ୨୦୧୯ର ସନ୍ଦେଶ । ତେବେ ଦିନେ ଗରୀବି ଶଦ୍ଦକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିଥିବା ମୋଦି, ଆଜି ନିଜ ୫୫ ମିନିଟରେ ଭାଷଣରେ ପାଖାପାଖି ୧୫୭ ଥର ଗରୀବି ଶଦ୍ଦ ବ୍ୟବହାର କରିଛନ୍ତି ।

ଭାଷଣ ଭାଷଣରେ ମୋଦି କହିଥିଲେ ନିଜ ରାଜନୈତିକ ଆଭିମୁଖ୍ୟର ମଂଜ କଥା । ବିଜେପିର ଅନ୍ୟ ନାମ ବିକାଶ । ଯେଉଁ ରାଜ୍ୟରେ ବିଜେପି ଶାସନ ଚାଲିଛି , ସେହି ରାଜ୍ୟର ବିକାଶ ହେଉଛି ।

ଆସାମ ଓ ପଶ୍ଚିମବଂଗରେ ଭଲ ପ୍ରଦର୍ଶନ କରିଛି ଦଳ । ତେଣୁ ଏବେ ଓଡିଶା ମୁହାଁ ମୋଦି – ଶାହା ଯୋଡି । ଏହି ଚର୍ଚ୍ଚାକୁ ଆଉ ଦୁଇ ପାଦ ଆଗକୁ ନେଇଛନ୍ତି ମୋଦି । କହିଛନ୍ତି ପୂର୍ବ ଅପେକ୍ଷା ପଶ୍ଚିମ ଭାରତର ରାଜ୍ୟମାନେ କାହିଁକି ହୋଇ ପାରୁଛନ୍ତି ଦ୍ରୁତ ବିକାଶ ଯାତ୍ରୀ । ସେହିପରି ନିଯୁକ୍ତି ଓ ଦାଦନକୁ ନେଇ ମଧ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ ମୋଦି ।

ଜନତାଙ୍କୁ ହିସାବ ଦେଇଥିଲେ ଆଉ ନବୀନଙ୍କ ଠାରୁ ହିସାବ ମାଗୁଥିଲେ । ୟା ଭିତରେ କହିଥିଲେ ଶୋଇ ପଡିଛି ସରକାର । ତେଣୁ ଜନତାଙ୍କୁ ଜାଗ୍ରତ କରିବାକୁ ମୋଦି ଉଠାଇଥିଲେ ସ୍ୱର ।

୫୫ ମିନିଟର ଭାଷଣରେ ପାଖାପାଖି ୧୫୭ ଥର ମୋଦିଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ଗରୀବି ଶବ୍ଦ । ହୁଏତ ଗରୀବିର ଟ୍ରମକାର୍ଡକୁ ବ୍ୟବହାର କରି ଆଗାମୀ ନିର୍ବାଚନରେ ଓଡିଶାରେ ପଦ୍ମ ଫୁଟାଇବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ମୋଦିଙ୍କ ପ୍ରତ୍ୟକଟି ପ୍ରଶ୍ନ ଉପରେ ଜବାବ ରଖିଛି ଶାସକ ବିଜେଡି । ସରକାର ଶୋଭା ଠାରୁ ଆରମ୍ଭ କରି ବିକାଶର ଧାରା ଯାଏଁ । ମୋଦିଙ୍କ ବକ୍ତବ୍ୟକୁ ସମାଲୋଚନା କରିଛି ବିଜେଡି ।