କନକ ବ୍ୟୁରୋ : ଏଣିକି ଘରେ ଅଧିକ ସୁନା ରଖିଲେ, ଆପଣମାନେ ଅସୁବିଧାରେ ପଡିପାରନ୍ତି । ଘରେ କେତେ ମାତ୍ରାରେ ସୁନା ରଖାଯାଇପାରିବ ତାହାର ସୀମା ସ୍ଥିର କରିପାରନ୍ତି ସରକାର । ଯଦି ଆପଣଙ୍କ ଘରୁ ଅଧିକ ସୁନା ଥିବାର କଥା ଜଣାପଡେ ସେଥିପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡିବ ।
ଆଜି ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କଳାଧନକୁ ବିରୋଧ କରି ବଡ ନୋଟକୁ ଅଚଳ କରିବା ପରେ ସରକାରଙ୍କ ଟାର୍ଗେଟରେ ରହିଛି ସୁନା । ବଡ ନୋଟ୍ ଅଚଳ ପରେ କଳାଧନରେ ସୁନା କିଣି ବହୁ ପରିମାଣରେ ଏହାକୁ ଘରେ ଠୁଳ କରୁଥିବା କଥା ଚର୍ଚ୍ଚାର ବିଷୟ ହୋଇଥିଲା । ଏଥିପାଇଁ ଇଡି ଓ ଆୟକର ବିଭାଗ ପକ୍ଷରୁ କେତେକ ଜୁଏଲାରୀ ଦୋକାନ ଉପରେ ଚଢ଼ଉ କରାଯାଇଥିଲା ।
ଏହାକୁ ନଜରରେ ରଖି ସରକାର ଘରେ କେତେ ପରିମାଣରେ ସୁନା ରଖିପାରିବେ ସେଥିପାଇଁ ସୀମା ନିରୂପଣ କରିବେ । ଯଦି ସରକାର ଏହା କରନ୍ତି ତେବେ କଳାଧନରେ ସୁନା କିଣି ଠୁଳ କରୁଥିବା ଲୋକ ଆଉ ସୁନା କିଣିବାରେ ଟଙ୍କା ବିନିଯୋଗ କରିବେ ନାହିଁ । ଏକ ଆକଳନରୁ ଜଣାପଡିଛି ଦେଶରେ ଯେତିକି ସୁନା କାରବାର ହେଉଛି ସେଥିରୁ ଏକ ତୃତୀୟାଂଶ ଏହି କଳାଧନକୁ ଧଳା କରିବାରେ ବ୍ୟବହୃତ ହେଉଛି ।
ସୁନାକୁ ଘରେ ଲୁଚାଇ ରଖିଲେ ସରକାରଙ୍କୁ କୋ÷ଣସି କର ଦେବାକୁ ପଡେନି । ପୁଣି ଏକ ପ୍ରକାର ଘରେ ନଗଦ ଟଙ୍କା ଥିଲା ଭଳି ବ୍ୟବହୃତ ହୋଇଥାଏ ।ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସୁନା କ୍ରୟ କରୁଥିବା ଦେଶ ଏବଂ ଦେଶରେ କଳାଧନ ଜମାକାରୀମାନେ କଳାଧନକୁ ଅଧିକ ମାତ୍ରାରେ ଏହି ସୁନାରେ ନିବେଶ କରୁଥିବାର ଆଶଙ୍କା କରୁଛନ୍ତି ସରକାର । ତେବେ ଏ ବିଷୟରେ କିଛି କହିବାକୁ ମନା କରିଦେଇଛନ୍ତି ଅର୍ଥ ମନ୍ତ୍ରାଳୟ ମୁଖପାତ୍ର ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-25-21h20m14s274.png)