୬ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ । କରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ଜରୁରୀ 

295

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି କେଉଁଭଳି ପଦକ୍ଷେପ ନିଆଯାଇ ପାରିବ ସେନେଇ ୬ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂକ୍ରମଣକୁ ଆମକୁ ରୋକିବାକୁ ହେବ । କରୋନା ସହ ଲଢେଇ କରିବା ପାଇଁ ଆମକୁ ୪ଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଟେଷ୍ଟି, ଟ୍ରେସିଂ, ଟ୍ରାକିଂ ଓ ଟିକା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଏହାସହିତ ମୋଦି କହିଛନ୍ତି, କରୋନା ବିରୋଧୀ ଲଢେଇରେ ଟିକା ଆମର ଏକ ବଡ ଅସ୍ତ୍ର, ତେଣୁ ଟିକାକରଣ ପ୍ରକ୍ରିୟାର ପରିଚାଳନା ଠିକ୍ ଭାବେ ହେବା ନିହାତି ଆବଶ୍ୟକ । ଶିଶୁଙ୍କୁ ସଂକ୍ରମଣରୁ ରୋକିବାକୁ ହେଲେ ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଜରୁରୀ । ଗ୍ରାମାଞ୍ଚଳରେ ଅଧିକ ନଜର ରଖିବାକୁ ପଡିବ । ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ।