୮୦୦ ଡେଇଁଲାଣି କରୋନା ମୃତ୍ୟୁ ସଂଖ୍ୟା । ସେପଟେ ଚୀନକୁ ସହାୟତାର ହାତ ବଢ଼ାଇଲା ଭାରତ , ଜିନପିଙ୍ଗଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

731

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଭୟ ଦେଖାଦେଇଛି । ତେବେ କରୋନାରେ ସବୁଠୁ କ୍ଷତିଗ୍ରସ୍ଥ ହୋଇଛି ଚୀନ୍ । ପ୍ରତିନଦିନ ଚୀନରେ ଲୋକ କରୋନାରେ ମରୁଛନ୍ତି । କରୋନା ମୁକାବିଲା ନେଇ ସେଠାକାର ସରକାର ପ୍ରୟାସ ଜାରି ରଖିଥିଲେ ବି ସ୍ଥିତି ନିୟନ୍ତ୍ରଣକୁ ଆସିପାରିନି । ଏବେ ଚୀନକୁ ସହାୟତାର ହାତ ବଢ଼ାଇଛନ୍ତି ଭାରତ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଚିଠି ଲେଖି ସହାୟତା କରିବାକୁ ନିଜ ଆଡୁ ପ୍ରସ୍ତାବ ଦେଇଛନ୍ତି । କରୋନା ମୁକାବିଲା ନେଇ ଭାରତ ଚୀନ୍ ସହ ଅଛି ।

ଏହାସହ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଭାରତ ସହାୟତା କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ଚୀନରୁ ୬୫୦ ଭାରତୀୟଙ୍କୁ ଫେରାଇ ଆଣିବାରେ ସହାୟତା କରିଥିବାରୁ ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ଚୀନର ହୁବେଇ ସହରରୁ ଆରମ୍ଭ ହୋଇଥିଲା । କରୋନାରେ ଚୀନରେ ଏପର୍ଯ୍ୟନ୍ତ ୮ ଶହରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।