ଭୁଲ ମାଗିଲେ ଓଲିଉଡ଼ ଅଭିନେତା ମିହିର ଦାସ ! ଭେଟରାନ ଅଭିନେତାଙ୍କୁ ମହଙ୍ଗା ପଡ଼ିଲା କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛୁଇଁବାର ଅଭିଳାଷା

36

କନକ ବ୍ୟୁରୋ : ନିଜ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ମିହିର ଦାସ । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ମିହିର ଦାସ କହିଥିଲେ, ଜଗନ୍ନାଥଙ୍କ ଆଶୀର୍ବାଦ ମିଳିଲେ ସେ ପ୍ରଧାନମନ୍ତ୍ରୀଙ୍କୁ ଛୁଇଁବେ । ହେଲେ ସୋସିଆଲ୍ ମିଡିଆରେ ମିହିର ଦାସଙ୍କ ମନ୍ତବ୍ୟକୁ ଏମିତି ଦର୍ଶାଗଲା ଯେ, ବିବାଦ ଘେରକୁ ଆସିଗଲେ ଓଲିଉଡର ଏହି ଷ୍ଟାର ।

କ’ଣ ଭୁଲ କରି ଦେଲେ କି ସୁନାମଧନ୍ୟ ଅଭିନେତା ମିହିର ଦାସ । ଏମିତି କ’ଣ କହିଦେଲେ କିମ୍ବା କ’ଣ କରିଦେଲେ ଯେ, ଘୁୁଷୁରି-ଘୁଷୁରି କ୍ଷମା ମାଗିବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । ଏମିତି କ’ଣ ହୋଇଗଲା ଯେ, ଅଣ୍ଡାମାଡ଼ ଏବଂ କାଳିମାଡକୁ ମଥାପାତି ସହିଯିବାକୁ ରାଜି ହୋଇଯାଉଛନ୍ତି ମିହିର ଦାସ । ଠିକ୍ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ସମୟରେ ଦେଇଥିବା ବୟାନକୁ ଭିତିକରି ଏଭଳି କହିଛନ୍ତି ମିହିର ଦାସ ।

କଟକ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛୁଇଁବାର ଅଭିଳାଶା ରଖିଥିବା ମିହିର ଦାସ, ଏଥିପାଇଁ କେବଳ ଜଗନ୍ନାଥଙ୍କ ଆଶୀର୍ବାଦ ମାଗିଥିଲେ । ହେଲେ ସୋସିଆଲ ମିଡ଼ିଆରେ ତାଙ୍କ ଅର୍ଥକୁ କଦର୍ଥକରି ଏମିତି ପ୍ରକାଶ କରାଗଲା ଯେ, ବିନା କାରଣରେ ବିବାଦ ଘେରକୁ ଟାଣି ହୋଇଗଲେ ଏହି ବରିଷ୍ଠ ଅଭିନେତା । ଯେଉଁଥିପାଇଁ ବିନା ଭୁଲରେ ବି କ୍ଷମା ମାଗିବାକୁ ପଡିଛି । କିଏ କେଉଁ ଉଦ୍ଦେଶ୍ୟରେ କ’ଣ ସୋସିଆଲ ମିଡ଼ିଆରେ ଲେଖୁଛି ତାହା ଜାଣିବା ମୁସ୍କିଲ୍ । ହେଲେ ଗୋଟିଏ ଲେଖା କିମ୍ବା ଗୋଟିଏ ମନ୍ତବ୍ୟ ବେଳେବେଳେ ଅନେକ ଲୋକଙ୍କ ଭାବାବେଗକୁ ଆଘାତ କରିବାର ସମ୍ଭାବନା ରହିଛି । ଏମିତି କି ଜଣେ ବ୍ୟକ୍ତିଙ୍କୁ ବିବାଦ ଭିତରକୁ ମଧ୍ୟ ଟାଣିନେଇଥାଏ ।