ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ପ୍ରବାସୀ ଭାରତୀୟ । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା

93

କନକ ବ୍ୟୁରୋ: ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତର ଶେଷ ଦିନରେ ଫାନ୍ସରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ୟାରିସ ପହଞ୍ଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ସେଠାରେ ଥିବା ପ୍ରବାସୀ ଭାରତୀୟ । ଏହାପରେ ଫ୍ରାନ୍ସର ପୁନଃ ନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଉଭୟ ନେତାଙ୍କ ଭିତରେ ରୁଷ ୟୁକ୍ରେନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଜାରି ରହିଥିବା ରୁଷ ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଉଥିବା ନିରୀହ ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ।

ପ୍ୟାରିସ ବିମାନ ବନ୍ଦରରେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ରାନ୍ସ ଗସ୍ତରେ ଯାଇ ବୁଧବାର ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଂଚିିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ପ୍ରବାସୀ ଭାରତୀୟ । ହାତରେ ତ୍ରିରଙ୍ଗା ଧରି, ବାଜା ବଜାଇ ଭାରତ ମାତା କି ଜୟ, ବନ୍ଦେ ମାତାରମ ନାରା ଦେଇ ମୋଦୀଙ୍କୁ ସ୍ୱାଗତ କରିଥିଲେ । ସାରା ପରିବେଶ ମୋଦୀ ମୋଦୀ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହି ଅବସରରେ ସେଠାରେ ଉପସ୍ଥିତ ଲୋକ ମାନଙ୍କ ପାଖକୁ ଯାଇ ପ୍ରଧାନମନ୍ତ୍ରୀ, ଅଟୋଗ୍ରାଫ ଦେଇଥିଲେ । ମୋଦୀଙ୍କୁ ଦେଖିବା ପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ତିନି ଦିନିଆ ୟୁରୋପ ଗସ୍ତର ଶେଷ ଦିନରେ ଫାନ୍ସରେ ପହଞ୍ଚିିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏପ୍ରିଲରେ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନ ପରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଆଲୋଚନା କରିବାରେ ବିଶ୍ୱର ପ୍ରଥମ ନେତା ହେଉଛନ୍ତି ନରେନ୍ଦ୍ର ମୋଦୀ ।

ପ୍ୟାରିସରେ ପହଞ୍ଚିବାରେ ଫ୍ରାନ୍ସର ନବନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲଗାତାର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମାକ୍ରୋନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା, ଜଳବାୟୁ ଅର୍ଥନୀତି ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ରେ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଜାରି ରହିଥିବା ରୁଷ ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଉଥିବା ନିରୀହ ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ତେବେ ଜର୍ମାନୀ, ଡେନମାର୍କ ଭଳି ଫ୍ରାନ୍ସରେ ମଧ୍ୟ ରୁଷ- ୟୁକ୍ରେନ ଯୁଦ୍ଧକୁ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତିନି ଦିନିଆ ୟୁରୋପ ଗସ୍ତ ସାରି ଗୁରୁବାର ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ ।