ବାଲେଶ୍ୱର ମେଡିକାଲରେ ମୋଦୀ, ଆହତଙ୍କୁ ଭେଟି ବୁଝିଲେ ସ୍ୱାସ୍ଥ୍ୟବସ୍ଥା 

1,395

କନକ ବ୍ୟୁରୋ: ରେଳ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ବାଲେଶ୍ୱର ମେଡିକାଲରେ ଦୁର୍ଘଟଣାରେ ଆହତଙ୍କୁ ମୋଦୀ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବାହାନଗାରେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଡାକ୍ତରଖାନା ପହଞ୍ଚିଛନ୍ତି ମୋଦୀ । ସେଠାରେ ସେ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।