କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ଭିତରେ ବିଜେପି ଜାରି କରିଛି କ୍ୟାମ୍ପେନ୍ ସଙ୍ଗ । ମେରା ଭାରତ ମେରା ପରିବାର ଭିଡିଓରେ ଦଳ ବଖାଣିଛି ନିଜର ସଫଳତା ଓ ଉପଲବ୍ଧି । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
- ବିଜେପିର କ୍ୟାମ୍ପେନ ସଙ୍ଗ୍
- ଚର୍ଚ୍ଚାରେ ‘ମୋଦି ମେରା ପରିବାର’ ଭିଡିଓ
ନିର୍ବାଚନ ତାରିଖ ଘୋଷଣା ସହ ଆରମ୍ଭ ହୋଇଯାଇଛି ବିଜେପିର ପ୍ରଚାର ଅଭିଯାନ । ଦଳର ନିର୍ବାଚନୀ ଗୀତ ‘ମୋଦି ମେରା ପରିବାର’କୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ ମିନିଟ ୧୩ ସେକେଣ୍ଡର ଏହି ଭିଡ଼ିଓକୁ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ମଧ୍ୟ ସେୟାର କରିଛନ୍ତି । ହିନ୍ଦୀ ଓଡ଼ିଆ ସମେତ ମୋଟ ୧୨ଟି ଆଞ୍ଚଳିକ ଭାଷାରେ ନିର୍ମିତ ହୋଇଥିବା ଏହି ନିର୍ବାଚନୀ ଗୀତରେ ମୋଦି ସରକାରଙ୍କ ୧୦ବର୍ଷର ସଫଳତାକୁ ସ୍ଥାନ ଦିଆଯାଇଛି । ବିହାର ପାଟନା ଠାରେ ଇଣ୍ଡିଆ ମେଣ୍ଟର ରାଲିରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ମୋଦିଙ୍କ ପରିବାର ନଥିବା ଆକ୍ଷେପ କରିଥିଲେ । ତେବେ ପୁରା ଦେଶ ମୋଦିଙ୍କ ପରିବାର ବୋଲି ଦର୍ଶାଇବା ସହିତ ବିଜେପି ଏହାକୁ ବଡ଼ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରି କ୍ୟାମ୍ପେନ ସଙ୍ଗରେ ସ୍ଥାନ ଦେଇଛି ।
मेरा भारत, मेरा परिवार! pic.twitter.com/GzkIIvEIUb
— Narendra Modi (@narendramodi) March 16, 2024
- ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଲେଖିଲେ ଭାବପୂର୍ଣ୍ଣ ଚିଠି
- କହିଲେ, ଭାରତୀୟଙ୍କ ସମର୍ଥନ ଓ ବିଶ୍ୱାସ ଦେଇଛି ପ୍ରେରଣା
ବିଜେପି ସରକାରକୁ ୧୦ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଚିଠି ଜରିଆରେ ଦେଶବାସୀଙ୍କ ପାଇଁ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ସହ ଆମର ସମ୍ପର୍କକୁ ୧୦ ବର୍ଷ ପୂରିଲା । ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ବହୁତ ପ୍ରେରଣା ଦେଇଛି । ଲୋକଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଗତ ୧୦ ବର୍ଷରେ ଆମ ସରକାର ପାଇଁ ସବୁଠାରୁ ବଡ଼ ଉପଲବ୍ଧି । ଆପଣମାନଙ୍କ ସମର୍ଥନ ଓ ବିଶ୍ୱାସ ଯୋଗୁଁ ବିଗତ ୧୦ବର୍ଷରେ ଆମେ ବିଭିନ୍ନ ଐତିହାସିକ ପଦକ୍ଷେପ ମାନ ଗ୍ରହଣ କରିଛୁ । ଧାରା ୩୭୦ ହଟାଇବା, ତିନି ତଲାକ ରୋକିବା, ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା, ସଂସଦରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା, ନୂଆ ସଂସଦ ଭବନର ଉଦଘାଟନ କରିବା ଶ୍ରେଷ୍ଠ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/2-26.jpg)