କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବସରେ ୫ ଘଣ୍ଟା ଧରି ମାନସମନ୍ଥନ ହୋଇଥିଲା, ଯେଉଁଥିରେ କିଛି ଗୁରୁତ୍ୱପ୍ରୂ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ରହିଛି ।

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ୍ ଏବଂ ୟୁସିସି ବିଲ ଉପରେ ମୋହର ବାଜିବା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି । ଏହାସହ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରଣନୀତି ଉପରେ ମଧ୍ୟ ମନ୍ଥନ ହୋଇଛି । ବୈଠକରେ ବିଜେପି ସଙ୍ଗଠନ ମନ୍ତ୍ରୀ ବିଏଲ ସନ୍ତୋଷ ମଧ୍ୟ ସାମିଲ ଥିଲେ । ୟୁସିସିକୁ ନେଇ କିଛି ଦିନ ଧରି ଚାଲିଥିବା ହଇଚଇ ଭିତରେ ଏହି ବିଲ ପାରିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି ।

କ’ଣ ଏହି ୟୁସିସି (ୟୁନିଫର୍ମ ସିଭିଲ କୋଡ୍) ବିଲ୍?

ଭାରତରେ ବିଭିନ୍ନ ସମ୍ପ୍ରଦାୟ ଅନୁସାରେ ଆଇନକାନୁନ ଅଲଗା ଅଲଗା ହୋଇଥିବାବେଳେ ଏଥିରେ ସମନ୍ୱୟ ଆଣିବା ହେଉଛି ୟୁସିସି ବିଲର ଉଦ୍ଦେଶ୍ୟ । ସବୁ ଧର୍ମ ଉଦ୍ଧ୍ୱର୍ରେ ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ କରିବା, ସମ୍ପତ୍ତି ଉପରେ ଅଧିକାର ତଥା ଉତ୍ତରାଧିକାର ଆଇନ ସମସ୍ତଙ୍କ ପାଇଁ ସମାନ କରିବା ।