କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ୟାସ୍’ ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ସେ ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ଉଦ୍ୟମ ସମ୍ପର୍କରେ ଅବଗତ ହେଲି ଏବଂ ସ୍ଥାନାନ୍ତରଣ, ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ଯେପରି ବିଚ୍ଛିନ୍ନ ନହୁଏ ସେଥିପାଇଁ ଗୁରୁତ୍ୱାରୋପ କଲି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ।
ବାତ୍ୟା ୟଶ୍ ର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲି । ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ଉଦ୍ୟମ ସମ୍ପର୍କରେ ଅବଗତ ହେଲି । https://t.co/pnPTCYL2Fm
— Narendra Modi (@narendramodi) May 23, 2021
ଏହି ଭର୍ଚ୍ୟୁଆଲ୍ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ସାମୁଦ୍ରିକ ବାତ୍ୟା ‘ୟାସ୍’ ପଶ୍ଚିମବଙ୍ଗର ସୁନ୍ଦରବନ ଓ ଉତ୍ତର ଓଡ଼ିଶା ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ମେ ୨୨ ତାରିଖ ଦିନ କ୍ୟାବିନେଟ୍ ସେକ୍ରେଟେରି କମିଟି ‘ନ୍ୟାସ୍ନାଲ୍ କ୍ରାଇସିସ୍ ମ୍ୟାନେଜ୍ମେଣ୍ଟ୍ କମିଟି’, ସବୁ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ/ଏଜେନ୍ସିଙ୍କ ସହ ବୈଠକ କରିଥିବା କଥା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି।
ଗୃହ ବ୍ୟାପାର ମନ୍ତ୍ରାଳୟ ଅହର୍ନିଶ ପରିସ୍ଥିତିର ସମୀକ୍ଷା କରୁଛି ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ/ଏଜେନ୍ସିଙ୍କ ସହ ଯୋଗାଯୋଗ ରଖିଛି। ନୌକା, ଗଛକଟାଳି, ଟେଲିକମ୍ ଉପକରଣ ଆଦି ସହ ‘ଏନ୍ଡିଆର୍ଏଫ୍’ ୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆଗୁଆ ୪୬ଟି ଟିମ୍ ମୁତୟନ କରିଥିବା ଏବଂ ଅନ୍ୟାନ୍ୟ ସମସ୍ତ ସମ୍ଭାବ୍ୟ ପ୍ରସ୍ତୁତି କଥା ପ୍ରଧାନମନ୍ତ୍ରୀଙ୍କୁ ଏହି ବୈଠକରେ ସୂଚନା ଦିଆଯାଇଛି।
ବିପଦଜ୍ଜନକ ସ୍ଥାନଗୁଡ଼ିକରୁ ଲୋକମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିବରେ ରାଜ୍ୟମାନଙ୍କୁ ସହଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଯଥା ସମ୍ଭବ ଶୀଘ୍ର ବିଜୁଳି ଯୋଗାଣ ଓ ଟେଲିଯୋଗଯୋଗ ବ୍ୟବସ୍ଥା ପୁନଃ କାର୍ୟ୍ୟକ୍ଷମ କରିବା ଉପରେ ସୁନିଶ୍ଚିତ ହେବାକୁ ସେ କହିଛନ୍ତି। ବାତ୍ୟା ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଶନିବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିଜ ରାଜ୍ୟର ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/modi.jpg)