ବିଜେପି ସାଂସଦଙ୍କ ସହ ମୋଦିଙ୍କ ଆଲୋଚନା! ବୈଠକରେ ଓଡିଶାରୁ ଜୁଏଲ ଓରାମ୍ ସାମିଲ୍

46

କନକ ବ୍ୟୁରୋ : ବିଜେପି ସାଂସଦଙ୍କ ସହ ମୋଦିଙ୍କ ବୈଠକ । ଅଣ ବିଜେପି ଶାସିତ ରାଜ୍ୟର ସାଂସଦଙ୍କ ସହ ମୋଦିଙ୍କ ମନ୍ତ୍ରଣା । ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଏହି ବୈଠକରେ ଓଡ଼ିଶା, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଜେପି ସାଂସଦ ସାମିଲ ହୋଇଛନ୍ତି । ଓଡ଼ିଶାରୁ ଜୁଏଲ ଓରାମ ଏହି ବୈଠକରେ ଭାଗ ନେଇଛନ୍ତି । ଅଣଶାସିତ ବିଜେପି ରାଜ୍ୟ ଗୁଡିକରେ କିପରି ବିଜେପି ଶାସନକୁ ଆସିବ ସେ ନେଇ ଏହି ବୈଠକରେ ମୁଖ୍ୟତଃ ଆଲୋଚନା ହେବ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ କର୍ଣ୍ଣାଟକରେ ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଫୋକସରେ ରହିବ କର୍ଣ୍ଣାଟକ ।