କନକ ବ୍ୟୁରୋ: ଏନଡିଏକୁ ମିଳିଥିବା ବିପୁଳ ବିଜୟ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନିଜର ଘରେ ନିଜର ମା’ ହୀରାବେନଙ୍କୁ ଭଟିଛନ୍ତି। ମୋଦୀ ମା’ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ଗୁଜୁରାଟର ଗାନ୍ଧୀନଗରରେ ନିଜର ଅନ୍ୟ ଏକ ପୁଅ ସହିତ ରୁହନ୍ତି।

Advertisment

publive-imageବିମାନବନ୍ଦର ନିକଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମୋଦୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଏକ କାରରେ ବସି ସହର ଭିତରକୁ ପ୍ରବେଶ କରିଥିଲେ। ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ଧାଡି ଲଗାଇଥିଲେ।

ମୋଦୀଙ୍କ ଗସ୍ତ ଅବସରରେ ଗାନ୍ଧୀନଗରସ୍ଥିତ ତାଙ୍କର ଘର ସମ୍ମୁଖରେ ସମର୍ଥକଙ୍କର ପ୍ରବଳ ଭିଡ଼ ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପହଂଚିବା ପରେ ସମର୍ଥକମାନେ ମୋଦୀ ମୋଦୀ ଶ୍ଲୋଗାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନ୍ୟ ସଂପର୍କୀୟମାନେ ମଧ୍ୟ ପହଂଚିଥିଲେ। ପ୍ରଧାନମନ୍ତ୍ରୀ ନିର୍ବାଚନରେ ବିଜୟ ପରେ ନିଜର ମା’ଙ୍କୁ ଭେଟିବା ପାଇଁ ପହଂଚିଥିଲେ । ଆଉ ମା’ଙ୍କୁ ଭେଟି ତାଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଛନ୍ତି ନରେନ୍ଦ୍ର ମୋଦି ।