କିଏ ସେହି ଓଡିଆ ବୃଦ୍ଧ ? ଯିଏ ମୋଦିଙ୍କ କାନ୍ଧରେ ହାତ ପକାଇବା ସହ ଦେଲେ ଆର୍ଶୀବାଦ

1,979

କନକ ବ୍ୟୁରୋ : ଓଡ଼ିଶା ଗସ୍ତ ବେଳେ ସ୍ୱାଧୀନତା ସଂଗ୍ରାମୀଙ୍କଠାରୁ ଆର୍ଶୀବାଦ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଟି ହେଲିପ୍ୟାଡରେ ଓହ୍ଲାଇବା ପରେ ସ୍ୱାଧୀନତା ସଂଗ୍ରାମୀ ହଟନାଥ ମଙ୍ଗରାଜଙ୍କୁ ଭେଟିଥିଲେ ମୋଦି । ୧୯୩୯ ମସିହାରୁ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ହୋଇଥିଲେ ହଟନାଥ । ଗଡ଼ାଜାତ ଆନ୍ଦୋଳନରେ ନେଇଥିଲେ ପ୍ରମୁଖ ଭୂମିକା । ପୂର୍ବରୁ ରାଜଭବନରେ ମଧ୍ୟ ହଟନାଥଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୋଦି ।

ଆଉ ଖୋର୍ଦ୍ଧା ସଭା ପୂର୍ବରୁ ୯୯ ବର୍ଷିୟ ହଟନାଥଙ୍କୁ ପୁଣି ଥରେ ଭେଟିଥିଲେ ମୋଦି । କିନ୍ତୁ ଏହି ସମୟରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ମୋଦି ହଟନାଥଙ୍କୁ ନମସ୍କାର କରିଥିଲେ । ଆଉ ହଟନାଥ ମୋଦିଙ୍କ ପିଠି ଥାପୁଡାଇଥିଲେ । ସେତେବେଳେ ଉକ୍ତ ବୃଦ୍ଧ ଜଣକ କିଏ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ତେବେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ପରେ ହଟନାଥ କହିଛନ୍ତି- ମୋଦି ଉତ୍ସାହର ସହ ତାଙ୍କୁ ଭେଟିଥିଲେ । ଏବଂ ଖୁସି ଜାହିର କରିଥିଲେ ବୋଲି କହିଛନ୍ତି ହଟନାଥ । ଏପରିକି ଏହି ଭେଟଘାଟ ସମୟରେ ମୋଦି ତାଙ୍କୁ ନମସ୍କାର କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ । ଆଉ ହଟନାଥ ମଧ୍ୟ ମୋଦିଙ୍କ ପିଠି ଥାପୁଡେଇ ଆର୍ଶୀବାଦ ପ୍ରଦାନ କରିଥିଲେ । ଏହି ଭେଟଘାଟକୁ ନେଇ ବେଶ ଖୁସିଥିବା କହିଛନ୍ତି ହଟନାଥ ।