ଆଜି ଦିଦିଙ୍କ ଗଡରେ ଗର୍ଜିବେ ମୋଦି । ଖଡଗପୁରରେ ଜନସଭାକୁ କରିବେ ଉଦବୋଧନ । ସେପଟେ ମେଦିନାପୁରରେ ମମତାଙ୍କ ୩ ଟି ରୋଡ ସୋ

100

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଖଡଗପୁରର ବିଏନବି ଗ୍ରାଉଣ୍ଡରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କର ଏହି ଜନସଭା ସକାଳ ୧୧ ଟା ରେ ଆରମ୍ଭ ହେବ । ଏହାପରେ ପ୍ରଧାନମନ୍ତ୍ରୀ ଆସାମର ଡିବ୍ରୋଗଡ ଜିଲ୍ଲା ଚବୁଆ ଠାରେ ଅପରାହ୍ନ ୩ ଟା ରେ ଏକ ରାଲି କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନାପୁରରେ ୩ ଟି ରାଲି କରିବେ ବୋଲି ସୂଚନା ମିଳିଛି । ମମତା ବାନାର୍ଜୀ ଦିନ ୧୨.୩୦ ରେ ଖେଜୁରୀ, ୨ ଟାରେ ହଲଦିଆ ଓ ୩.୩୦ ରେ ପାସକୁରା ରାଲିରେ ସମ୍ବୋଧିତ କରିବେ ।

ଆଜି ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ଯାଉଥିବା ବେଳେ ଆସାମରେ ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଦିନ ୪ ଟା ବେଳେ ଗୁହାଟି ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନୀ ଘୋଷଣାପତ୍ର ଜାରି କରିବେ ବୋଲି କୁହାଯାଇଛି ।
କହିରଖୁ କି ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋର ଧରିଛି । ହେଲେ ଆସାମ ଓ ପଶ୍ଚିମବଙ୍ଗ ଉପରେ ବିଜେପିର ନଜର ରହିଥିବା ବେଳେ ଆସାମକୁ ପୁରା ଫୋକସ କରିଛି କଂଗ୍ରେସ । ଏହାସହ ପଶ୍ଚିମବଙ୍ଗରେ କଂଗ୍ରେସର ବଡନେତା ଅଧିର ରଞ୍ଜନ ଚୌଧୁରୀ ନିର୍ବାଚନୀ ମଙ୍ଗ ଧରିଥିବା ବେଳେ ସେଠାରେ କଂଗ୍ରେସର ଦଳୀର ନେତା ମାନେ ପ୍ରଚାର ନକରିବାକୁ ନେଇ ଦଳର ଭିତିରି କନ୍ଦଳ ପଦାରେ ପଡୁଛି ।